ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୪% ନିଅଣ୍ଟିଆ ବର୍ଷା, ଆସନ୍ତା ୨ ବର୍ଷରେ ମଧ୍ୟ ବର୍ଷା ପରିମାଣ କମ ରହିବ : ସ୍କାଏମେଟ୍‌

ହାଇଦ୍ରାବାଦ : ସାରା ଦେଶରେ ଏବେ ମୌସୁମୀ ବାୟୁ ଛୁଇଁବା ସତ୍ତ୍ୱେ ବର୍ଷା ଆଶାନୁରୂପ ରହିନାହିଁ । ଗତ ଜୁନ ମାସ ଥିବା ବିଗତ କେତେ ଦଶନ୍ଧୀ ମଧ୍ୟରେ ସବୁଠାରୁ ଶୁଖିଲା ଜୁନ ମାସ । ଏହି ମାସରେ ବୃଷ୍ଟିପାତ ନିଅଣ୍ଟ ପରିମାଣ ୩୩ ପ୍ରତିଶତ ଥିଲା ।

କିନ୍ତୁ ଜୁଲାଇ ମାସରେ ପ୍ରଥମ ୧୦ ଦିନରେ ଭଲ ବର୍ଷା ଯୋଗୁଁ ଏହି ନିଅଣ୍ଟ ପରିମାଣ ୧୨ ପ୍ରତିଶତକୁ ହ୍ରାସ ପାଇଥିଲା । କିନ୍ତୁ ଗତ କିଛି ଦିନ ଧରି ବର୍ଷା ପରିମାଣ କମିଯାଇଛି । ଏହା ଫଳରେ ନିଅଣ୍ଟ ପରିମାଣ ପୁଣି ୧୪ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସ୍କାଇମେଟ୍‌ ପକ୍ଷରୁ କୁହାଯାଇଛି । ଏପରିସ୍ଥିତି ଆଗାମୀ କିଛି ଦିନ ବଜାୟ ରହିଲେ ତାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିବ । ମରୁଡି ହେବାର ଆଶଙ୍କାକୁ ଏଡେଇ ଦିଆଯାଇନପାରେ । କେବଳ ଚଳିତ ବର୍ଷ ନୁହେଁ ଆସନ୍ତା ୨ ବର୍ଷ ବି ନିଅଣ୍ଟିଆ ବର୍ଷା ଦେଖାଯିବ ବୋଲି ସ୍କାଇମେଟର ଉପାଧ୍ୟକ୍ଷ ଜିପି ଶର୍ମା କହିଛନ୍ତି ।

ସମ୍ବନ୍ଧିତ ଖବର