ଶ୍ରୀନଗର: ଆଉ ତ୍ରାହି ନାହିଁ ପାଇବେନି ଆତଙ୍କବାଦୀ । ଯେଉଁଠି ଲୁଚିଥିଲେ ବି ଗୋଡେଇ ଗୋଡେଇ ମାରିବେ ସୁରକ୍ଷାକର୍ମୀ ।  ସରିଲା ସ୍ଥାନୀୟ ଆତଙ୍କବାଦୀଙ୍କ ଚିଠା ପ୍ରସ୍ତୁତ । ୧୪ ଜଣ ଆତଙ୍କୀଙ୍କ ତାଲିକା ସହ ବୁଲୁଛନ୍ତି ଯବାନ । ପହଲଗା଼ମ୍ ଆକ୍ରମଣ ପରେ ଫେରାର ଥିବା ଏହି ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି । ତେଣୁ ସେମାନଙ୍କ ନାଁ ଏବଂ ଫଟୋ ସହ ତାଲିକା ପ୍ରସ୍ତୁତ ହୋଇଛି । ଯେତେବେଳେ ଯେଉଁଠି ବି ସେମାନଙ୍କୁ ଦେଖିବେ ଠୋ ଠା ଗୁଳି କରି ପ୍ରତିଶୋଧ ନେବେ ଯବାନ ।

Advertisment

କାରଣ ପହଲଗାମ୍ ହମଲା ପାଇଁ ଏହି ସ୍ଥାନୀୟ ଆତଙ୍କୀମାନେ ହିଁ ଦାୟୀ । ଏମାନେ ହିଁ ପାକିସ୍ତାନୀ ଆତଙ୍କୀଙ୍କୁ ସାହାଯ୍ୟ କରିଥିଲେ ଏବଂ ସେମାନଙ୍କୁ ଆଶ୍ରୟ ଦେଇ ପୂରା ସ୍ଥାନର ବିପରଣୀ ଦେଇଥିବା ସେନା ସନ୍ଦେହ କରୁଥିବା ବେଳେ ୧୪ ଆତଙ୍କୀଙ୍କ ତାଲିକା ଜାରି କରିଛି ।

 ଅନ୍ୟପଟେ ପହଲଗାମ୍ ହମଲାର ବଦଲା ନେବାକୁ ଭାରତବାସୀ ଚାହିଁ ରହିଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପାକିସ୍ତାନ ବିରୋଧୀ ଆକ୍ସନ । ଜୋସରେ ଥିବା ଯବାନ ଶତ୍ରୁଙ୍କୁ ମାରିବାକୁ ଅନେଇ ବସିଛନ୍ତି । କେତେବେଳେ ସରକାର ନିର୍ଦ୍ଦେଶ ଦେବେ ଆଉ ସେମାନେ ଆତଙ୍କୀଙ୍କ ଛାତି ଚିରି ରକ୍ତର ଜବାବ ରକ୍ତରେ ନେବେ । 

ଗତ ଦୁଇ ଦିନ ହେବ ଆମ ଯବାନମାନେ ସୀମାରେ ପାକିସ୍ତାନ ସେନାକୁ ଜବାବ ଦେଉଛନ୍ତି ଏବଂ ଜାମ୍ମୁକାଶ୍ମୀରରେ ଆତଙ୍କୀ ଲିଙ୍କରେ ଥିବା ସହଯୋଗୀଙ୍କ ଆଖିରୁ ନିଦ ହଜାଇ ଦେଇଛନ୍ତି । କାହା ଘର ଉଡାଇ ଦେଉଛନ୍ତି ତ କାହାକୁ ବାନ୍ଧିପକାଉଛନ୍ତି । ଆଉ ଏବେ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।