ମାଲକାନଗିରି: ମାଲନାକନଗିରି ସୀମାନ୍ତ ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ମାଓବାଦୀ- ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା ମିଳିଛି। ଏହି ଗୁଳି ବିନିମୟରେ ୧୪ ଜଣ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ପୁଲିସ ସେମାନଙ୍କ ନିକଟରୁ ୧୬ଟି ଅତ୍ୟାଧୁନିକ ବିଦେଶୀ ମାରଣାସ୍ତ୍ର ସହିତ ମାଓ ସାମଗ୍ରୀ ଜବତ କରିଛି।
ସୁକ୍ମା ଜିଲ୍ଲା ଏସପି ଅଭିଷେକ ମୀନାଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଡିଭିଏଫ, ଜିଲ୍ଲା ପୁଲିସ ଓ ସିଆରପିଏଫ ମିଳିତ ଭାବେ ଓଡ଼ିଶା ଛତିଶଗଡ଼ ସୀମାନ୍ତକୁ ଲାଗି ଗଲାପାଲୀ- କନ୍ତା ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ନୁଲକାତୁଙ୍ଗ ଗାଁ ଓ ତାକୁ ଲାଗି ରହିଥିବା ଜଙ୍ଗଲରେ କମ୍ବିଂ ଅପରେସନ୍ ଚଳଇଥିବା ବେଳେ ସେଠାରେ କେତେକ ମାଓବାଦୀ ଥିବା ସମ୍ପର୍କରେ ସୂଚନା ପାଇଥିଲେ । ସୁରକ୍ଷା କର୍ମୀ ଅଞ୍ଚଳକୁ ଘେରାଉ କରି କମ୍ବିଂ ଅପରେସନ ଚଳାଇବାରୁ ମାଓବାଦୀମାନେ ପ୍ରଥମେ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ସୁରକ୍ଷା କର୍ମୀମାନେ ଆଗକୁ ନ ବଢ଼ି ଷ୍ଟ୍ରାଟେଜିକ୍ ପଏଣ୍ଟରେ ରହି ମାଓବାଦୀଙ୍କ ଗୁଳିର ପ୍ରତି ଜବାବ ଦେଇଥିଲେ। ସୁରକ୍ଷା କର୍ମୀଙ୍କ ଗୁଳିରେ ବର୍ତ୍ତମାନ ସୁଦ୍ଧା ୧୪ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ଜାରି ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/Naxalite.jpg)