କର୍ମଚାରୀଙ୍କ ପାଇଁ ପେନ୍‌ସନ୍ ଯୋଗଦାନ ୧୪%କୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଜାତୀୟ ପେନ୍‌ସନ୍‌ ସ୍କିମ୍‌‌(ଏନ୍‌ପିଏସ୍‌)ରେ ସରକାରୀ ଯୋଗଦାନ ୧୪%କୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହି ରାଶି ୧୦%ରେ ରହିଛି। ନିକଟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଅବସରବେଳେ କର୍ମଚାରୀମାନଙ୍କ ଏ ବାବଦ ଟଙ୍କା ଉଠାଣକୁ ଟିକସମୁକ୍ତ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  ସୂଚନା ଦେଇଛନ୍ତି। ତେବେ ଏହି ଯୋଜନାରେ କର୍ମଚାରୀଙ୍କ ସର୍ବନିମ୍ନ ଯୋଗଦାନକୁ ୧୦% ରଖାଯାଇଛି।

ସମ୍ବନ୍ଧିତ ଖବର