ନେପାଳରେ ବସ୍‌ ଦୁର୍ଘଟଣା: ୧୪ ଜଣ ତୀର୍ଥଯାତ୍ରୀ ମୃତ

କାଠମାଣ୍ଡୁ: ରବିବାର ଦିନ ନେପାଳରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ବସ୍‌ ଜାତୀୟ ରାଜପଥରୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଓ ଅନ୍ୟ ୧୮ ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ହିନ୍ଦୁ କାଲିନଚୌକ୍‌ ଭଗବତୀ ମନ୍ଦିର ଦର୍ଶନ ସାରି ତୀର୍ଥଯାତ୍ରୀମାନେ ଫେରିବା ସମୟରେ ରାଜଧାନୀ କାଠମାଣ୍ଡୁର ୮୦ କିଲୋମିଟର ପୂର୍ବ ରାଜପଥରେ ବସ୍‌ଟି ବୁଲିପଡ଼ି ଖସିପଡ଼ିଥିଲା ବୋଲି ପୁଲିସ ଅଧିକାରୀ ପ୍ରଜଓ୍ଵାଲ୍‌ ମହାର୍ଜନ କହିଛନ୍ତି।

Image Source–news first

ଉଦ୍ଧାରକାରୀମାନେ ଦୁର୍ଘଟଣାଗ୍ରସ୍ତ ବସ୍‌ ମଧ୍ୟରୁ ଆହତ ଯାତ୍ରୀମାନଙ୍କୁ ବାହାର କରି ଚିକିତ୍ସା ନିମନ୍ତେ ଆଖପାଖ ଡାକ୍ତରଖାନାମାନଙ୍କୁ ନେଇଥିଲେ।
ମହାର୍ଜନ କହିଛନ୍ତି: ଦୁର୍ଘଟଣାର କାରଣ ଜାଣିବାକୁ ପୁଲିସ ତଦନ୍ତ କରୁଛି। ଶୀତଦିନିଆ ବର୍ଷା ଯୋଗୁଁ ରାସ୍ତା ଖସଡ଼ା ହେଇଥିଲା ଏବଂ ସକାଳ କୁହୁଡ଼ି ଯୋଗୁଁ ଦୃଶ୍ୟତା କମ୍‌ ଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ବସ୍‌ରେ କୌଣସି ଯାନ୍ତ୍ରିକ ତ୍ରୁଟି ବି ଥାଇ ପାରେ। ଯାହା ଜଣାପଡୁଛି ବସ୍‌ଟି ସ୍ଥାନୀୟ ଅଞ୍ଚଳର ହୋଇ ନ ଥିବାରୁ ଡ୍ରାଇଭର୍‌ ଏ ରାସ୍ତାଘାଟର ଅବସ୍ଥା ସହ ପରିଚିତ ନ ଥିବ।

ଖରାପ ରାସ୍ତାଘାଟ ଓ ମରାମତି ହେଉ ନ ଥିବା ଯାନବାହନ ଯୋଗୁଁ ନେପାଳରେ ବସ୍‌ ଦୁର୍ଘଟଣା ହୁଏ ବୋଲି ଅପବାଦ ରହିଛି।

ସମ୍ବନ୍ଧିତ ଖବର