ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ ପଚାରିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାମିଲନାଡ଼ୁ ଐତିହାସିକ ମାମଲାରେ ପ୍ରଶ୍ନ ପଚାରିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରାଷ୍ଟ୍ରପତି ପଚାରିଲେ ୧୪ଟି ପ୍ରଶ୍ନ । ବିଧାନସଭାରେ ପାସ୍ ହୋଇଥିବା ବିଲକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ ନେଇ ତାମିଲନାଡୁ ମାମଲାରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ପ୍ରଶ୍ନ ଉଠାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏନେଇ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖି ଯେକୌଣସି ବିଲକୁ ଅନୁମୋଦନ କରିବାକୁ ରାଜ୍ୟପାଳମାନଙ୍କ ପାଇଁ ସମୟସୀମା ଲାଗୁ କରାଯାଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି ।
ତେବେ ସମ୍ବିଧାନର ଧାର ୧୪୩ (୧) ଆଧାରରେ ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି । ଧାରା ୨୦୦ ଅନୁଯାୟୀ ଯେତେବେଳେ ଏକ ବିଲ୍ ରାଜ୍ୟପାଳଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଏ ସେତେବେଳେ ରାଷ୍ଟ୍ରପତି ଏହି ବିଲ ଉପରେ ସହମତି ଦେଇପାରନ୍ତି କିମ୍ବା ଅସହମତି ପ୍ରକାଶ କରିପାରନ୍ତି । ସମ୍ବିଧାନରେ ଏହି ପ୍ରକ୍ରିୟା ନେଇ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନଥିବା ବେଳେ ସୁପ୍ରିମକୋର୍ଟ କିନ୍ତୁ ଏହା ଉପରେ ରାୟ ଦେଇ କହିଛନ୍ତି କି ରାଷ୍ଟ୍ରପତି ଏହି ବିଲ ଉପରେ ବିଚାର କରିବାକୁ ଲମ୍ବା ସମୟ ନେଇପାରିବେ ନାହିଁ । ଆଉ ତାପରେ ହିଁ ସୁପ୍ରିମକୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି ।
ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ୧୪ ପ୍ରଶ୍ନ
* ଯେତେବେଳେ ରାଜ୍ୟପାଳଙ୍କ ପାଖକୁ କୌଣସି ବିଲ୍ ଆସେ, ସେତେବେଳେ ତାଙ୍କ ପାଖରେ କ’ଣ ସବୁ ସାମ୍ବିଧାନିକ ବିକଳ୍ପଗୁଡ଼ିକ ରହିଥାଏ ?
* ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ କଣ ରାଜ୍ୟପାଳ କୌଣସି ବିଲ ଉପରେ ନିଷ୍ପତ୍ତି ନେବା ବେଳେ ମନ୍ତ୍ରିପରିଷଦଙ୍କ ପରାମର୍ଶ ଦ୍ବାରା ବନ୍ଧା ?
* ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ କଣ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କୋର୍ଟରେ ଚାଲେଞ୍ଜ ଦିଆଯାଇ ପାରିବ ?
* କଣ ଧାରା ୩୬୧ ରାଜ୍ୟପାଳଙ୍କ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇ ପାରିବ ?
* ଯଦି ସମ୍ବିଧାନରେ ରାଜ୍ୟପାଳଙ୍କ ପାଇଁ କୌଣସି ସମୟସୀମା ନାହିଁ ତାହାଲେ କଣ ଅଦାଲତ ସମୟ ସୀମା ନିର୍ଦ୍ଧାରଣ କରିପାରି ?
* କଣ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ବି ଅଦାଲତରେ ଚାଲେଞ୍ଜ କରିହେବ ?
* ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ବିଲ୍ ପଠାଇଲେ ରାଷ୍ଟ୍ରପତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ମତାମତ ନେବା ବାଧ୍ୟତାମୂଳକ କି ?
* ଧାରା ୨୦୦ ଏବଂ ୨୦୧ ଅନୁଯାୟୀ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଆଇନ ହେବା ପୂର୍ବରୁ ନ୍ୟାୟିକ ସମୀକ୍ଷାର ଅଧୀନରେ ଆସେ କି?
* ଭାରତର ସମ୍ବିଧାନର ଧାରା ୧୪୨ ଅନୁଯାୟୀ କ’ଣ ସାମ୍ବିଧାନିକ କ୍ଷମତାର ପ୍ରୟୋଗ ରାଷ୍ଟ୍ରପତି / ରାଜ୍ୟପାଳଙ୍କ ଦ୍ୱାରା ଆଦେଶକୁ କୌଣସି ପ୍ରକାରେ ବଦଳାଯାଇପାରିବ ?
* ରାଜ୍ୟପାଳଙ୍କ ଅନୁମୋଦନ ବିନା ମଧ୍ୟ ରାଜ୍ୟ ବିଧାନସଭା ଦ୍ୱାରା ଗୃହୀତ ଆଇନ ପ୍ରଭାବଶାଳୀ ବୋଲି ବିବେଚନା କରାଯିବ କି ?
* ଧାରା ୧୪୫(୩) ଅନୁଯାୟୀ ଏକ ସାମ୍ବିଧାନିକ ପ୍ରଶ୍ନର ବିଚାର କରିବା ପାଇଁ ସୁପ୍ରିମକୋର୍ଟର ସର୍ବନିମ୍ନ ପାଞ୍ଚ ଜଣିଆ ଖଣ୍ଡପୀଠ ଆବଶ୍ୟକ କି?
* ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟର କ୍ଷମତା କେବଳ ପ୍ରକ୍ରିୟା ଯାଏଁ ସୀମିତ ନା ବିପରୀତ ଆଦେଶ ମଧ୍ୟ ଜାରି କରାଯାଇପାରିବ ?
* ସମ୍ବିଧାନର ଧାରା ୧୩୧ ଅନୁଯାୟୀ ଦାୟର ହୋଇଥିବା ମାମଲା ବ୍ୟତୀତ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସମାଧାନ ପାଇଁ ସୁପ୍ରିମକୋର୍ଟର ଅନ୍ୟ କୌଣସି କ୍ଷମତା ଅଛି କି...