ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପିଲାର ମା’ ବନିଲେ ୧୪ବର୍ଷୀୟା ନାବାଳିକା

ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ନେପାଳରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ୧୪ବର୍ଷୀୟା ନାବାଳିକା ୫ମ ଶ୍ରେଣୀ ଛାତ୍ରର ପିଲାର ମା’ ବନିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ୫ମ ଶ୍ରେଣୀ ଛାତ୍ରର ବୟସ ୧୩ବର୍ଷ ବୋଲି ଜଣା ପଡ଼ିଛି । ଏହି ଖବର ସାମ୍ନାକୁ ଆସିବା ପରେ ବିବାହ ପଞ୍ଜିକରଣ ଏବଂ ନବଜାତ ଶିଶୁର ଜନ୍ମ ପଞ୍ଜିକରଣ କେମିତି କରାଯିବ, ସେ ନେଇ ଏବେ ଚିନ୍ତାରେ ସରକାରୀ କର୍ମଚାରୀ । କାରଣ ନେପାଳରେ ଏଭଳି ପଞ୍ଜିକରଣ ପାଇଁ କୌଣସି ଆଇନ ନଥିବା ଜଣା ପଡ଼ିଛି । କାରଣ ସେଠାରେ ଯୁବକ-ଯୁବତୀଙ୍କ ବିବାହ ବୟସ ୨୦ବର୍ଷ ରଖାଯାଇଛି ।

oneindia.com

ମିଳିଥିବା ସୂଚନା ମୁତାବକ, ଏହି ଘଟଣାଟି କାଠମାଣ୍ଡୁଠାରୁ ୮୦କିଲୋମିଟର ଦୂରରେ ଥିବା ଧଡ଼ିଙ୍ଗ୍‌ ଜିଲ୍ଲାର । ଦୁହେଁ ଗୋଟେ ସ୍କୁଲରେ ପାଠ ପଢ଼ୁଥିବା ବେଳେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ବର୍ଷେ ପର୍ଯ୍ୟନ୍ତ ପ୍ରେମ ସଂପର୍କରେ ରହିବା ପରେ ୨ମାସ ପୂର୍ବରୁ ନାବାଳିକା ଜଣଙ୍କ ନବଜାତକୁ ଜନ୍ମ ଦେଇଥିଲେ । ତେବେ ଏହି ଖବର ଏବେ ସାମ୍ନାକୁ ଆସିବା ପରେ ବିବାହ ଏବଂ ନବଜାତର ପଞ୍ଜିକରଣ କିଭଳି କରାଯିବ ସେ ନେଇ ଆଲୋଚନା ଜାରି ରହିଛି ।

ସମ୍ବନ୍ଧିତ ଖବର