ପୁଅମାନଙ୍କ ସହ କଥା ହେବାକୁ ଦେଉ ନଥିଲେ ବାପା, ଟିକ୍‌-ଟକ୍‌ ଭିଡିଓରେ ନେପାଳର ଜଣେ ଯୁବକଙ୍କୁ ଦେଖି ନାବାଳିକା ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ : ମୁମ୍ବାଇରେ ରହୁଥିବା ଜଣେ ୧୪ବର୍ଷୀୟା ନାବାଳିକା ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘରେ ବାପା ପୁଅମାନଙ୍କ ସହ କଥା ହେବାକୁ ଦେଉ ନ ଥିବାରୁ ନାବାଳିକାଜଣଙ୍କ ନେପାଳର ଜଣେ ଟିକ୍‌-ଟକ୍‌ କରୁଥିବା ଯୁବକଙ୍କୁ ଦେଖା କରିବା ପାଇଁ ମନସ୍ଥ କରିଥିଲେ । ୧୬ବର୍ଷୀୟ ବ୍ୟବହାରକାରୀଙ୍କ ଭିଡିଓ ଏତେ ପସନ୍ଦ ଆସିଲା କି, ନାବାଳିକା ଜଣଙ୍କ ଘର ଛାଡ଼ି ଚାଲି ଯାଇଥିଲେ । କିନ୍ତୁ ଯିବାର ୮ଘଣ୍ଟା ପରେ ପୁଲିସ ନାବାଳିକାଙ୍କୁ କାବୁ କରିବାରେ ସଫଳ ହୋଇଛି ।

oneindia.com

ନାବାଳିକାଙ୍କୁ ପୁଲିସ ଷ୍ଟେସନ ଅଣାଯିବା ପରେ ସେ ପୂରା ଘଟଣା ପୁଲିସକୁ ଜଣାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ବାପା କେବେ ହେଲେ ପୁଅମାନଙ୍କ କଥା ହେବାକୁ ଦେଉ ନଥିଲେ । ଥରେ ମୁଁ ମୋର ଜଣେ ବନ୍ଧୁଙ୍କ ସହ କଥା ହେଉଥିବା ଦେଖି ସେ ମୋତେ ଗାଳି ଦେଇଥିଲେ । ବାରମ୍ବାର ଏଭଳି ହେଉଥିବାରୁ ମୁଁ ବିରକ୍ତ ହୋଇ ଯାଇଥିଲି । ଯାହା ପାଇଁ ମୁଁ ଘରୁ ବାହାରକୁ ଯାଇ ନିଜ ଗୋଡ଼ରେ ନିଜେ ଠିଆ ହେବି ବୋଲି ଚିନ୍ତା କରିଥିଲି । କିନ୍ତୁ ନିଜ ଝିଅର ଏଭଳି ବୟାନକୁ ମିଛ ବୋଲି କହି ତାଙ୍କ ବାପା ନିଜର ଭିନ୍ନ ଉତ୍ତର ଦେଇଛନ୍ତି । ଟିକ୍‌-ଟକ୍‌ ବ୍ୟବହାରକାରୀ ରିୟାଜ ଆଫ୍‌ରିନ୍‌ଙ୍କ ଭିଡିଓ ଦେଖି ପ୍ରଭାବିତ ହେବା ସହ ତାକୁ ଦେଖା କରିବାକୁ ଯିବା ପାଇଁ ସେ ନେପାଳ ବାହାରିଥିଲା ବୋଲି କହିଛନ୍ତି ନାବାଳିକାଙ୍କ ବାପା । ତେବେ ଏହି ମାମଲାକୁ ସମାଧାନ କରିବାରେ ଲାଗି ପଡ଼ିଛି ପୁଲିସ ।

ସମ୍ବନ୍ଧିତ ଖବର