ଲୋକଙ୍କ ବିକାଶ ପାଇଁ ୧୪୦ ଗ୍ରାମ ସୁନା ମୁକୁଟକୁ ରାଜ୍ୟ ସରକାରଙ୍କୁ ଦାନ କଲେ ଏହି ମନ୍ତ୍ରୀ

ବାଙ୍ଗାଲୋର: କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ ଏମ କରଜୋଲ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ରାଜ୍ୟ ସମ୍ପତ୍ତିକୁ ୧୪୦ ଗ୍ରାମ ସୁନା ମୁକୁଟ ଦାନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏବାବଦରେ ସୂଚନା ଦେଇଛନ୍ତି | ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ ଏମ କରଜୋଲଙ୍କୁ ଏହି ମୂଲ୍ୟବାନ ସୁନା ମୁକୁଟ ତାଙ୍କ ଗାଁର ବାସିନ୍ଦାମାନେ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ରାଜ୍ୟର ବିକାଶ କାର୍ଯ୍ୟ ପାଇଁ ଏମ କରଜୋଲ ଏହାକୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟରେ ହସ୍ତାନ୍ତର କରିଛନ୍ତି।

ସୂଚନା ଥାଉ କି ବାଙ୍ଗାଲୋରଠାରୁ ୫୦୬ କିଲୋମିଟର ଦୂରରେ ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ ଏମ କରଜୋଲଙ୍କ ଗାଁ ରହିଛି | ତାଙ୍କ ଗାଁର ନାମ କରଜୋଲ ହୋଇଥିବାବେଳେ ଏଠାକାର ବାସିନ୍ଦାମାନେ ଗତ ମାସ ୨୩ ତାରିଖ ଦିନ ୧୪୦ ଗ୍ରାମର ସୁନା ମୁକୁଟ ଉପହାର ଭାବେ ଦେଇଥିଲେ।


ଗାଁର ବିକାଶରେ ଅବଦାନ ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ତାଙ୍କୁ ସ୍ଥାନୀୟ ବାସିନ୍ଦା ଏହି ସୁନା ମୁକୁଟ ପ୍ରଦାନ କରିଥିଲେ। ଏହି ସୁନା ମୁକୁଟର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର