ବେଜିଂ: କରୋନା ଭାଇରସ୍ ସଂପ୍ରତି ଚୀନ୍ରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। ଏ ଅବସ୍ଥାରେ ଗତକାଲି (ବୁଧବାର) ଗୋଟିଏ ଦିନରେ କରୋନା ଭାଇରସ୍ର ଏନ୍ତୁଡ଼ିଶାଳ ବୋଲି କୁହାଯାଉଥିବା ହୁବେଇ ସହରରେ ୧୪,୮୪୦୦ ଜଣଙ୍କୁ କରୋନା ଭାଇରସ୍ରେ ଆକ୍ରାନ୍ତ ଥିବା ଚିହ୍ନଟ କରାଯିବା ପରେ ଚୀନ୍ ସରକାରଙ୍କ ଆଖିରୁ ନିଦ ହଜି ଯାଇଛି। କରୋନା ଭାଇରସ୍କୁ ନିୟନ୍ତ୍ରଣ କରିବା ପାଇଁ ଚୀନ୍ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ, କରୋନା ଭାଇରସ୍ ପ୍ରଶମିତ ହେବା ବଦଳରେ ଦିନକୁ ଦିନ ତାହାର କାୟା ବିସ୍ତାର କରିବାରେ ଲାଗିଛି। ବୁଧବାର ସୁଦ୍ଧା କେବଳ ମାତ୍ର ହୁବେଇରେ ୧,୩୧୦ ଜଣ କରୋନା ଭାଇରସ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି।
/sambad/media/post_attachments/wp-content/uploads/2020/02/Carona.jpg)
କରୋନା ଭାଇରସ୍ରେ ଆକ୍ରାନ୍ତଙ୍କୁ ଚିହ୍ନଟ ଲାଗି ଚୀନ୍ ସରକାର କମ୍ପ୍ୟୁଟରାଇଜଡ୍ ଟମୋଗ୍ରାଫି (ସିଟି) ସ୍କାନ ନାମରେ ଏକ ନୂତନ ବ୍ୟବସ୍ଥାର ପ୍ରଚଳନ କରିବା ପରେ ଗତ ବୁଧବାର ଦିନ ଏହି ନୂତନ ପଦ୍ଧତିରେ କେବଳ ମାତ୍ର ହୁବେଇରେ ସହରରେ ୧୪,୮୪୦୦ ଜଣଙ୍କୁ କରୋନା ଭାଇରସ୍ରେ ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଇ ପାରିଥିବା ଚୀନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି।
ପୂର୍ବରୁ ଆଏନ୍ଏ ନାମକ ଏକ ପରୀକ୍ଷା ସାହାଯ୍ୟରେ କରୋନା ଭାଇରସ୍ରେ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରା ଯାଉଥିବା ବେଳେ ଏବେ କମ୍ପ୍ୟୁଟରାଇଜଡ୍ ଟମୋଗ୍ରାଫି (ସିଟି) ସ୍କାନ ନାମରେ ଏକ ନୂତନ ପରୀକ୍ଷା ସାହାଯ୍ୟରେ କରୋନା ଭାଇରସ୍ରେ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରା ଯାଉଛି। ପୂର୍ବରୁ ରୋଗ ଚିହ୍ନଟରେ ବିଳମ୍ବ ଘଟୁଥିବା କାରଣରୁ କରୋନା ଭାଇରସ୍ରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା ଦ୍ୱାରା ଆରୋଗ୍ୟ କରା ଯାଇପାରୁ ନଥିଲା। କିନ୍ତୁ, ଏବେ ଏହି କମ୍ପ୍ୟୁଟରାଇଜଡ୍ ଟମୋଗ୍ରାଫି (ସିଟି) ସ୍କାନ ନାମରେ ଏକ ନୂତନ ପରୀକ୍ଷା ସାହାଯ୍ୟରେ କରୋନା ଭାଇରସ୍ରେ ଆକ୍ରାନ୍ତମାନଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରାଯାଇ ପାରୁଥିବାରୁ ଚିକିତ୍ସା ଦ୍ୱାରା ସେମାନଙ୍କୁ ଆରୋଗ୍ୟ କରା ଯାଇପାରିବ ବୋଲି ଚୀନ୍ ସରକାର ଆଶାବାଦୀ ଅଛନ୍ତି।