ମାଲାପୁରମ୍: କେରଳର ଏକ କୋର୍ଟ ଜଣେ ପିତାଙ୍କୁ ତାଙ୍କ ନାବାଳିକା ସାବତ ଝିଅଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ୧୪୧ ବର୍ଷ ଜେଲ୍ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଜିଲ୍ଲାର ମଞ୍ଜରୀ ସହରର ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟର ଜଜ୍ ଅଶରଫ୍ ଏମ୍ ଦୋଷୀଙ୍କୁ ମୋଟ ୧୪୧ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି।
କୋର୍ଟଙ୍କ ନଭେମ୍ବର ୨୯ର ରାୟ ଅନୁଯାୟୀ, ଦୋଷୀଙ୍କୁ ମୋଟ ୪୦ ବର୍ଷ କାରାଦଣ୍ଡ ଭୋଗିବାକୁ ପଡିବ। କାରଣ ଏହା ତାଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସମୟ ଅଟେ। ଏଥିରେ କୁହାଯାଇଛି ଯେ ବିଭିନ୍ନ ବ୍ୟବସ୍ଥା ଅନୁଯାୟୀ ଦିଆଯାଇଥିବା ବିଭିନ୍ନ ଦଣ୍ଡ ଏକାଠି ଚାଲିବ।
କୋର୍ଟ ଦୋଷୀକୁ ୭.୮୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି ଏବଂ ପୀଡିତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ସହ ଜଡିତ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଏବଂ ପୀଡିତା ତାମିଲନାଡୁର ମୂଳ ବାସିନ୍ଦା।
ସେ କହିଛନ୍ତି ଯେ ସାବତ ପିତା ୨୦୧୭ରୁ ପୀଡିତାଙ୍କ ସହିତ ଦୁଷ୍କର୍ମ କରି ଆସୁଥିଲେ। ଶେଷରେ ପୀଡିତା ଜଣକ ତାଙ୍କ ବନ୍ଧୁଙ୍କ ପରାମର୍ଶରେ ଏହି ଘଟଣା ବିଷୟରେ ତାଙ୍କ ମା'ଙ୍କୁ କହିଥିଲେ। ପରେ ସେ ଏନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ।
ଅଧିକ ପଢ଼ନ୍ତୁ: ସିନ୍ଦେ-ଫଡନାଭିସ୍ ନୁହଁନ୍ତି, ମୁରଲୀ ସିଏମ୍ ହେବେ!: କଳ୍ପନାଜଳ୍ପନା ବୃଦ୍ଧି ପାଇଲା
ସୂଚନାଯୋଗ୍ୟ, ଠିକ୍ ସେହିପରି ଏକ ମାମଲାରେ ନଭେମ୍ବର ୨୭ରେ ଉତ୍ତରପ୍ରଦେଶର ସୋନଭଦ୍ରର ଶାହଗଞ୍ଜ ଅଞ୍ଚଳରେ କୋର୍ଟ ଜଣେ ପିତାଙ୍କୁ ତାଙ୍କ ନାବାଳିକା ଝିଅଙ୍କ ସହିତ ଦୁଷ୍କର୍ମ କରିଥିବା ଏବଂ ତାଙ୍କର ଗର୍ଭପାତ କରାଇଥିବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ଘଟଣା ଦୁଇ ବର୍ଷ ତଳର ବୋଲି କୁହାଯାଉଛି।
ମାମଲାର ବିଚାର କରି ପୋକ୍ସୋ ଆକ୍ଟ ସ୍ପେଶାଲ୍ ଜଜ୍, ଅତିରିକ୍ତ ସେସନ୍ ଜଜ୍ ଅମିତବୀର ସିଂ ଏହି ରାୟ ଦେଇଥିଲେ। ଏଥିସହ ୩ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଜରିମାନା ପରିମାଣ ସହିତ ପୀଡିତାଙ୍କୁ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଅଧିକ ପଢ଼ନ୍ତୁ: ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ ହେବ!: ଟ୍ରମ୍ପଙ୍କ ଦୂତଙ୍କ ଯୋଜନା ପ୍ରସ୍ତୁତ