ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଏବଂ ଦେଶର ପୂର୍ବତନ ଗୃହ ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୨ତମ ଜନ୍ମ ବାର୍ଷିକୀ ଉତ୍ସବ ଅବସରରେ ଆଜି ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ‘ଏକତା ପାଇଁ ଦୌଡ଼’ର ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ ହେଉଥିବା ପଟେଲ୍ଙ୍କ ଜନ୍ମ ଦିବସରେ ଆଜି ଦେଶର ବିଭିନ୍ନ ସ୍ଥାନରେ ଏହି ‘ଏକତା ପାଇଁ ଦୌଡ଼’ ପରିଚାଳନା ହୋଇଛି। ଏହି ଅବସରରେ ଆଜି ମେଜର ଧ୍ୟାନ ଚାନ୍ଦ ନ୍ୟାସନାଲ ଷ୍ଟାଡିୟମରୁ ଏକତା ଦୌଡ଼ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍ ସି-ହେକ୍ସାଗନ୍- ଶାହ ଜାହନ ରୋଡ୍ ରାଡିଏଲ ନିକଟରେ ଶେଷ ହୋଇଥିଲା।
ଦେଢ କିମିର ଏହି ଏକତା ଦୌଡ଼ରେ ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ। ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡ଼ିୟମରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦି କହିଛନ୍ତି ଯେ ସର୍ଦ୍ଦାର ପଟେଲ ସମସ୍ତ ଭାରତୀୟଙ୍କ ଆତ୍ମାରେ ରହିଛନ୍ତି ଏବଂ ତାଙ୍କ ଜୟନ୍ତୀ ଦିବସରେ ଆମେ ତାଙ୍କୁ ସାଲ୍ୟୁଟ୍ କରୁଛୁ। ତାଙ୍କ ସ୍ମରଣୀୟ ସେବା ଏବଂ ସ୍ମାରକୀୟ ଅବଦାନକୁ କେବେ ବି ଭୁଲି ହେବନି। ଏକତା ଦୌଡ଼ର ଶୁଭାରମ୍ଭ କରି ମୋଦି କହିଛନ୍ତି ଭାରତ ସ୍ୱାଧୀନପ୍ରାପ୍ତ ହେବା ପୂର୍ବରୁ ପଟେଲଙ୍କର ଦେଶ ପ୍ରତି ରହିଥିବା ଅବଦାନକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବର୍ିତ। ଉତ୍ସବରେ ମୋଦିଙ୍କ ସହ ଗୃହମନ୍ତ୍ରୀ ରାଜନାଥ ସିଂହ, କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, କ୍ରିକେଟର ସୁରେଷ ରାଇନା, ହକି ଖେଳାଳି ସର୍ଦ୍ଦାର ସିଂହ ଏବଂ ଅଲିମ୍ପିକ୍ ଖେଳାଳି ଦୀପା କର୍ମକାର ଆଦି ଉପସ୍ଥିତ ଥିଲେ।
ପଟେଲ ତାଙ୍କ ଦକ୍ଷତା, ଦୂରଦୃଷ୍ଟି ଏବଂ ଦେଶଭକ୍ତି ବଳରେ କେବଳ ଭାରତକୁ ସୁରକ୍ଷା ଦେଇନାହାନ୍ତି ବବଂ ଶହ ଶହ କ୍ଷୂଦ୍ର ରାଜ୍ୟକୁ ଏକିଭୁତ କରିଥିଲେ ବୋଲି ମୋଦି କହିବା ସହ ଲୋକମାନଙ୍କୁ ଦେଶରେ ଏକତା ରଖିବା ନେଇ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ ସର୍ଦ୍ଦାର ପଟେଲଙ୍କ ଲିଗାସିକୁ ଅଣଦେଖା କରିଥିବା ନେଇ ମୋଦି ପୂର୍ବ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ପଟେଲ୍ଙ୍କ ଅବଦାନ ଚିର ସ୍ମରଣୀୟ। ଯେକୌଣସି ସରକାର କିମ୍ବା ଦଳ ତାଙ୍କର ଅବଦାନକୁ ଭୁଲିଯାଇପାରନ୍ତି କିନ୍ତୁ ଦେଶ ଏବଂ ଦେଶର ଯୁବପିଢି ପଟେଲଙ୍କୁ କେବେ ବି ଭୁଲିପାରିବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/modi-flagged-marathon.jpg)