ଗିଟ୍‌ହବ୍‌ରେ ୧୪୨ ଭାରତୀୟଙ୍କୁ ଛଟେଇ

ନୂଆଦିଲ୍ଲୀ: ବିଲ୍ ଗେଟ୍‌ସଙ୍କ ସଂସ୍ଥା ମାଇକ୍ରୋସଫ୍ଟ ମାଲିକାନାରେ ପରିଚାଳିତ ହେଉଥିବା ସଂସ୍ଥା ଗିଟ୍‌ହବ୍‌ ଭାରତରେ ୧୪୨ ଜଣ କର୍ମଚାରୀଙ୍କୁ ଛଟେଇ କରିଛି। ଇଞ୍ଜିନିୟରିଂ ବିଭାଗରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ବିଦା କରାଯାଇଛି। ସେମାନେ କଂପାନିର ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଦିଲ୍ଲୀରେ ଥିବା କାର୍ଯ୍ୟାଳୟରେ କାମ କରୁଥିଲେ।

୨୦୧୮ ଜୁନ୍‌ରେ ଗିଟ୍‌ହବ୍‌କୁ ୭୫୦ କୋଟି ଡଲାରରେ ମାଇକ୍ରୋଫ୍ଟ କିଣିଥିଲା। ସାରା ବିଶ୍ବରେ ପ୍ରଯୁକ୍ତି କଂପାନିଗୁଡ଼ିକ କର୍ମଚାରୀ ଛଟେଇ ଜାରି ରଖିଛନ୍ତି। ଖର୍ଚ୍ଚକାଟ ଲାଗି ୧୦ ହଜାର କର୍ମଚାରୀଙ୍କୁ ବିଦା କରାଯିବ ବୋଲି ଚଳିତ ବର୍ଷ ଜାନୁଆରିରେ ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର