ନାବାଳିକାକୁ ଦୁଷ୍କର୍ମ ପାଇଁ ଅଭିଯୁକ୍ତକୁ ୧୪୨ ବର୍ଷର ଜେଲଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଶୁଣାଇଲେ କୋର୍ଟ

ତିରୁବନନ୍ତପୁରମ: କେରଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ, ପତନାମୀତାରର ଏକ ପୋକସୋ କୋର୍ଟ ଜଣେ ୪୧ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ଏମିତି ଦଣ୍ଡ ଦେଇଛନ୍ତି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଅଭିଯୁକ୍ତଙ୍କ ନାମରେ ଅଭିଯୋଗ ଥିଲା ଯେ ସେ ଦୁଇ ବର୍ଷ ଧରି ଜଣେ ୧୦ ବର୍ଷର ନାବାଳିକାକୁ ଯୌନ ଶୋଷଣ କରିଆସୁଥିଲେ | ଆଉ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତକୁ ୧୪୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହିତ ଦୋଷୀ ବ୍ୟକ୍ତିଙ୍କ ଉପରେ କୋର୍ଟ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି |

ଯଦି ଦୋଷୀ ଜରିମାନା ଦେବାକୁ ବିଫଳ ହୁଅନ୍ତି, ତେବେ ତାଙ୍କୁ ତିନି ବର୍ଷ ପାଇଁ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏକ ପୋକସୋ ମାମଲାରେ କୌଣସି ଦୋଷୀଙ୍କୁ ଦିଆଯାଇଥିବା ଦଣ୍ଡ ମଧ୍ୟରେ ଏହା ସର୍ବାଧିକ ଦଣ୍ଡ। ଦୋଷୀ ବ୍ୟକ୍ତିଙ୍କ ନାମ ହେଉଛି ଆନନ୍ଦାନ୍ ପିଆର ଓରଫ ବାବୁ | କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବାବୁଙ୍କୁ ୧୪୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। ବାବୁକୁ ତିରୁଭାଲା ପୁଲିସ ୨୦ ମାର୍ଚ୍ଚ ୨୦୨୧ରେ ଗିରଫ କରିଥିଲା | ତା ନାମରେ ଅଭିଯୋଗ ହୋଇଥିଲା ଯେ ସେ ୨୦୧୯-୨୦ ମଧ୍ୟରେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ସହ ତାଙ୍କୁ ଅତି ନିର୍ମମ ଭାବରେ ଅନେକ ଥର ଯୌନ ନିର୍ଯାତନା ଦେଇଥିଲେ |

ଅଭିଯୁକ୍ତ ଜଣକ ନାବାଳିକାଙ୍କ ସମ୍ପର୍କୀୟ ହୋଇଥିଲେ ଏବଂ ଗୋଟିଏ ଘରେ ତାଙ୍କ ପିତାମାତାଙ୍କ ସହ ରହୁଥିଲେ। ପତନାମୀତାର ପୁଲିସର ସୂଚନାନୁସାରେ, ନାବାଳିକାଙ୍କ ବିବୃତ୍ତି, ତାଙ୍କର ମେଡିକାଲ ରେକର୍ଡ ସହ ଅନ୍ୟାନ୍ୟ ପ୍ରମାଣ କୋର୍ଟରେ ଉପସ୍ଥାପନ କରାଯାଇଥିଲା | ଏହା ପରେ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ୧୪୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି |

ସମ୍ବନ୍ଧିତ ଖବର