ମହଙ୍ଗା ପଡ଼ିଲା ଗୁପ୍ତଚର ବୃତ୍ତି; ପାକିସ୍ତାନୀ ଦୂତାବାସର ୧୪୩ ଅଧିକାରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପହଞ୍ଚିଲେ ଓ୍ଵାଘା ସୀମାରେ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା ପାକିସ୍ତାନର ୧୪୩ ଅଧିକାରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆଜି ଅପରାହ୍ନରେ ଯାଇ ଆଟ୍ଟାରୀ- ଓ୍ଵାଘା ସୀମାରେ ପହଞ୍ଚିଛନ୍ତି। ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତକୁ ହ୍ରାସ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେବାପରେ ପାକିସ୍ତାନ ଦୂତାବାସରେ ମୁତୟନ ଥିବା ଏହି ପାକିସ୍ତାନୀମାନେ ଏବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

IND News

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସରେ ମୁତୟନ ଥିବା ଦୁଇ ଅଧିକାରୀ ଗୁପ୍ତଚର ବୃତ୍ତିରେ ଲିପ୍ତ ଥିବା ଏବଂ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ସହ ନିୟମିତ ସଂପର୍କରେ ରହିଥିବା ବେଳେ ଧରା ପଡ଼ିଥିଲେ। ଏହି ଘଟଣାକୁ ଭାରତ ସରକାର ଗୁରୁତ୍ୱର ସହିତ ନେବା ସହ ଉଦ୍‌ବେଗ ପ୍ରକାଶ କରି ପାକିସ୍ତାନୀ ଦୂତାବାସର ଅଧିକାରୀ ସୟଦ ହାୟଦର ଶାହାଙ୍କୁ ଗତ ଜୁନ୍‌ ୨୩ ତାରିଖରେ ଡକାଇଥିଲେ। ଏବଂ ଧରା ପଡ଼ିଥିବା ଦୁଇ ଅଧିକାରୀଙ୍କ ବାବଦରେ ତାଙ୍କୁ ସମସ୍ତ ତଥ୍ୟ ପ୍ରମାଣ ଦେବା ସହ ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତକୁ ହ୍ରାସ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ। ଏବଂ ଏହି ନିର୍ଦ୍ଦେଶକୁ ୭ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସମୟ ସୀମା ଦେଇଥିଲେ। ଏହି ଘଟଣା ପରେ ଆଜି ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସରେ ମୁତୟନ ଥିବା ପାକିସ୍ତାନର ୧୪୩ ଅଧିକାରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଯାଇ ଆଟ୍ଟାରୀ- ଓ୍ଵାଘା ସୀମାରେ ପହଞ୍ଚିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର