ଜାଆଁଳା ଭାଇଙ୍କୁ ହତ୍ୟା, ଚିତ୍ରକୁଟରେ ୧୪୪ ଧାରା

ସତନା: ମଧ୍ୟପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଗତ ୧୨ ତାରିଖରେ ଏକ ସ୍କୁଲ ବସ୍‌ରୁ ବନ୍ଧୁକଧାରୀମାନେ ଅପହରଣ କରିନେଇଥିବା ୫ ବର୍ଷର ଜାଆଁଳା ଭାଇଙ୍କ ଶବ ୟୁପିର ବାନ୍ଦା ଜିଲ୍ଲା ଅନ୍ତର୍ଗତ ବାବେରୁ ଗାଁ ନିକଟ ୟମୁନା ନଦୀରୁ ଉଦ୍ଧାର ହୋଇଛି। ଏହାକୁ କେନ୍ଦ୍ର କରି ଚିତ୍ରକୁଟରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ତେବେ ହିଂସା ଆରମ୍ଭ ହେବା ପରେ ସେଠାରେ ଧାରା ୧୪୪ ଲାଗୁ କରାଯାଇଛି। କେଉଁ କାରଣ ପାଇଁ ଦୁଇ ଭାଇଙ୍କୁ ଏଭଳି ହତ୍ୟା କରାଯାଇଛି ତାହା ଜଣାପଡ଼ିନାହିଁ। ମଧ୍ୟପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ବିରୋଧୀ ବିଜେପି ସରକାରଙ୍କୁ ସମାଲୋଚନା କରିଛି।

ସମ୍ବନ୍ଧିତ ଖବର