ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆସନ୍ତାବର୍ଷ ଫେବ୍ରୁଆରି ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା

ଅଯୋଧ୍ୟା: ଉତ୍ତରପ୍ରଦେଶରେ ବିଭିନ୍ନ ସ୍ଥାନରେ ସିଏଏ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଥିବାରୁ ୧୪୪ ଜାରି ହୋଇଥିଲା। କିଛି ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ଆଗୁଆ ସତର୍କତା ଅବଲମ୍ବନ କରି ୧୪୪ ଜାରି ହୋଇଛି। ତେବେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆସନ୍ତାବର୍ଷ ଫେବ୍ରୁଆରି ୨୫ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଅଯୋଧ୍ୟା ଜିଲ୍ଲାପାଳ ଅନୁଜ କୁମାର ଝା ଗତକାଲି ଏହା କହିଥିଲେ। ତେବେ ଆସନ୍ତା ଜାନୁଆରିରେ ମକର ମେଳା ଥିବାବେଳେ ଏହି ଅବସରରେ ୧୪୪ ହଟାଇ ଦିଆଯିବା ସରଜୁ ନଦୀରେ ପବିତ୍ର ମକର ବୁଡ଼ ପକାଇବା ପାଇଁ ରାଜ୍ୟର ବିଭିନ୍ନ ଅଂଚଳରୁ ଲୋକଙ୍କ ସମାଗମ ହେବ। ଏହି ସମୟରେ କାହାକୁ ଆନ୍ଦୋଳନ ପାଇଁ ଅନୁମତି ଦିଆଯିବନି।

ସମ୍ବନ୍ଧିତ ଖବର