ଜମ୍ମୁରୁ ହଟିଲା ୧୪୪, କଶ୍ମୀରରେ ପାଳନ ହେବ ଇଦ୍‌

ଶ୍ରୀନଗର: ଧୀରେ ଧୀରେ ଜମ୍ମୁ-କଶ୍ମୀରରେ ସ୍ୱାଭାବିକତା ଫେରୁଛି। କଶ୍ମୀରର ବିଭିନ୍ନ ଅଞ୍ଚଳରେ ଶୁକ୍ରବାର ନମାଜ ଲାଗି ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଥିବା ବେଳେ ଜମ୍ମୁରେ ୧୪୪ଧାରା ଉଠାଇ ଦିଆଯାଇଛି। ଏଥିସହ କେତେକ ଅଞ୍ଚଳରେ ସ୍କୁଲ-କଲେଜ ଆଜି ଖୋଲିଛି। ଅନ୍ୟପକ୍ଷରେ କଶ୍ମୀର ଉପତ୍ୟାକାରେ ଇଦ୍‌ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟପାଳ ସତ୍ୟପାଲ ମଲିକ।

ଆଜି ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କର ଆଲୋଚନା ହୋଇଥିଲା। ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା ମଧ୍ୟ ଏହି ବୈଠକରେ କରାଯାଇଥିଲା। ଏହାପରେ ରାଜ୍ୟପାଳ ଇଦ ପାଳନ ନେଇ ସ୍ପଷ୍ଟ କରିଥିଲେ।

ଜମ୍ମୁର ଜିଲ୍ଳାପାଳ ପୂଜା ଶାଲୀ ଆଜି ଟୁଇଟ୍‌ କରି ୧୪୪ ଧାରା ଉଠିବା ଓ ସ୍କୁଲ-କଲେଜ ଖୋଲିବା ନେଇ ସୂଚନା ଦେଇଛନ୍ତି। ତେବେ ଜମ୍ମୁରେ ପୂର୍ବଭଳି ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି।

ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ଯେ ରାଜ୍ୟର ୪୦-୫୦ ପ୍ରତିଶତ ଅଞ୍ଚଳରେ କଟକଣା କୋହଳ କରାଯାଇଛି। ଇଦ୍‌କୁ ଆଖିରେ ରଖି ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର