ଦକ୍ଷିଣ କୋରିଆ ହେଲୋୱିନ୍‌ ଉତ୍ସବରେ ଦଳାଚକଟା; ୧୪୬ ମୃତ, ଶତାଧିକ ଆହତ

ସିଓଲ : ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ଦିନ ହେଲୋୱିନ୍‌ ଉତ୍ସବରେ ଦଳାଚକଟା ଯୋଗୁଁ ୧୪୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ହେଲୋୱିନ ଉତ୍ସବରେ ପ୍ରବଳ ଭିଡ଼ ସମୟରେ କେତେକ ସେଲିବ୍ରିଟି ପହଞ୍ଚିବା ନେଇ ଘୋଷଣା ଯୋଗୁଁ ଅଚାନକ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଲୋକେ ଏକ ସଂକୀର୍ଣ୍ଣ ପଥ ଦେଇ ବାହାରିବାକୁ ଚେଷ୍ଟା କରିଥିଲେ। ଭୀଷଣ ଦଳାଚକଟା ଯୋଗୁଁ ଘଟଣା ସ୍ଥଳରେ ହିଁ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅନେକ ହୃଦ୍‌ଘାତରେ ମଧ୍ୟ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର