ନୂଆଦିଲ୍ଲୀ: ୧୪ ବର୍ଷରେ ଅଫିସ୍ରୁ ୪,୫୦୦ରୁ ଅଧିକ ଥର ଧୂମପାନ ବିରତି ନେଇଥିବା ଜଣେ ଜାପାନୀ ସିଭିଲ୍ ସେର୍ଭେଣ୍ଟ୍ଙ୍କ ଉପରେ ୧.୪୪ ନିୟୁତ ୟେନ୍ ବା ଭାରତୀୟ ମୁଦ୍ରାରେ ୧ ଲକ୍ଷ ୨୦ ହଜାର ୮ଶହ ୮୮ଟଙ୍କା ଜରିମାନା କରାଯାଇଥିବା କଥା ‘ଦି ଷ୍ଟ୍ରେଟ୍ସ୍ ଟାଇମ୍ସ୍’ ରିପୋର୍ଟ କରିଛି।
ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଓସାକା ଜିଲ୍ଲା ସରକାରଙ୍କ କର୍ତ୍ତୃପକ୍ଷମାନେ ଜିଲ୍ଲାର ଅର୍ଥ ବିଭାଗରେ କାର୍ଯ୍ୟ କରୁଥିବା ଉକ୍ତ ୬୧ ବର୍ଷିୟ ନିର୍ଦେଶକ ପାହ୍ୟାର ସରକାରୀ ଅଧିକାରୀ ଓ ତାଙ୍କର ଆଉ ୨ଜଣ ସହକର୍ମୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବହୁବାର ଚେତାବନୀ ଦିଆଯିବା ସତ୍ତ୍ବେ ଅଫିସ୍ କାର୍ଯ୍ୟ ସମୟରେ ବାରମ୍ବାର ଧୂମପାନ କରିଥିବାରୁ ୬ ମାସ ପାଇଁ ତାଙ୍କ ବେତନର ୧୦% କାଟ କରିବାକୁ ସେମାନେ ଆଦେଶ ଦେଇଛନ୍ତି।
Image Courtesy of Times Now୨୦୨୨ରେ ଜିଲ୍ଲା ସରକାରଙ୍କକ ମାନବ ସମ୍ବଳ କାର୍ଯ୍ୟାଳୟ ସୂଚନା ପାଇଥିଲା ଯେ, ଉକ୍ତ ୩ କର୍ମଚାରୀ ଗୁପ୍ତରେ ତମାଖୁ ଗଚ୍ଛିତ ରଖିଛନ୍ତି। ସେତେବେଳେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କୁ ଡକାଇ ଚେତାବନୀ ଦେଇଥିଲେ ଯେ, ପୁଣି ଯଦି ସେମାନେ ଧୂମପାନ କରୁଥିବା ବେଳେ ଧରାପଡ଼ନ୍ତି କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। କିନ୍ତୁ, ତିନିହେଁ ଆଗ ପରି ଧୂମପାନ ଚାଲୁ ରଖିଲେ ଏବଂ ୨୦୨୨ ଡିସେମ୍ବର ମାସରେ ପୁଣି ଜେରା କରାଯିବାରୁ ଧୂମପାନ କରୁଥିବା କଥା ଅସ୍ବୀକାର କଲେ।
Image Courtesy of India Todayଜିଲ୍ଲା କର୍ତ୍ତୃପକ୍ଷ ହିସାବ କରି ଦେଖିଲେ ଯେ, ଉକ୍ତ ନିର୍ଦେଶକ ପାହ୍ୟାର କର୍ମଚାରୀଜଣକ କର୍ତ୍ତବ୍ୟ ସମୟରୁ ମୋଟ୍ ୩୫୫ ଘଣ୍ଟା ୧୯ ମିନିଟ୍ ଧୂମପାନରେ ନଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Fine-to-Officer-For-Smoking_Thumbnail.jpg)