କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦକୁ ସାଢେ ୧୫ ବର୍ଷ ଜେଲ

ଲାହୋର : ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ , ଜମାତ-ଉଲ-ଦାବା ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦକୁ ପାକିସ୍ତାନର ଏକ ଆତଙ୍କନିରୋଧୀ କୋର୍ଟ ସାଢେ ୧୫ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଏହା ସହିତ ତାକୁ ୨ ଲକ୍ଷ ପାକିସ୍ତାନୀ ଟଙ୍କାର ଜୋରିମାନା ଲଗାଯାଇଛି । ପୂର୍ବରୁ ୪ଟି ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ୭୦ ବର୍ଷୀୟ ହାଫିଜକୁ ୨୧ ବର୍ଷ ଜେଲଦଣ୍ଡ ହୋଇଥିଲା । ଫଳରେ ମୋଟ ୫ଟି ମାମଲାରେ ହାଫିଜ ସଇଦକୁ ମୋଟ ୩୬ ବର୍ଷ ଜେଲରେ କଟାଇବାକୁ ପଡ଼ିବ । ଆଜି ଲାହୋରର ଆତଙ୍କ ନିରୋଧୀ କୋର୍ଟ ହାଫିଜ ସଇଦ ବ୍ୟତୀତ ଆଉ ୪ ଜଣଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି ।

କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ସଇଦକୁ ଲାହୋରର କୋଟ୍ ଲଖପତ ଜେଲକୁ ନିଆଯାଇଛି । ତେବେ ସେଠାରେ ତାକୁ ଭିଆଇପି କଏଦୀର ମାନ୍ୟତା ଦିଆଯାଇଥିବା ଜଣାପଡ଼ିଛି । ସଇଦକୁ ଗତ ଜୁଲାଇ ୧୭ରେ ଗିରଫ କରାଯାଇଥିଲା ।

ସମ୍ବନ୍ଧିତ ଖବର