ଗାନ୍ଧୀନଗର: ଦେଶରେ ବଢୁଛି କରୋନା ଲହର । ପୁଣି କଡ଼ ଲେଉଟାଇଲା କରୋନା । ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗୁଜରାଟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ୧୫ ଜଣ କରୋନା ପଜିଟିଭ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଆକ୍ରାନ୍ତ ଏବେ ସଙ୍ଗରୋଧରେ ଥିବାବେଳେ ଅହମଦାବାଦ ସହରରେ ୧୩ ଜଣେ ଏବଂ ଗ୍ରାମାଞ୍ଚଳରେ ୨ ଜଣେ ଥିବା ଜଣାପଡିଛି ।
ଓମିକ୍ରନ ପ୍ରଜାତିର ଏହି ଭୂତାଣୁ ହୋଇଥିବା ବେଳେ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ଡାକ୍ତରମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହାତ ଧୋଇବା ଭଳି ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । କରୋନାର ଔଘ.୧ ପ୍ରକାରର ସାଧାରଣ ଲକ୍ଷଣ ହେଉଛି- ଜ୍ୱର, କାଶ, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କାପଣ ଏବଂ ମାଂସପେଶୀ ଯନ୍ତ୍ରଣା, ଭୋକ ନହେବା, ବାନ୍ତି ହେବା, ପାକସ୍ଥଳୀରେ ସମସ୍ୟା ଦେଖାଦେବା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/23/UJepzrNx7eIphXP7rpHP.jpg)