ତିରୁମାଳା: ତିରୁପତି ତିରୁମାଳା ଦେବସ୍ଥାନମ୍ (ଟିଟିଡି) ର ୫୦ ପୁରୋହିତଙ୍କ ମଧ୍ୟରୁ ୧୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଆଉ ୨୫ ପୁରୋହିତଙ୍କ ନମୁନା ପରୀକ୍ଷା ହୋଇଥିବାବେଳେ ସେମାନଙ୍କ ରିପୋର୍ଟ ଆସିନାହିଁ। ମନ୍ଦିରର ପୁରୋହିତମାନେ କରୋନା ସଂକ୍ରମିତ ହେବାପରେ ଟିଟିଡି ଏକ ଏମର୍ଜେନ୍ସି ବୈଠକ ଡାକିଛି। ମିଳିଥିବା ସୂଚନାନୁଯାୟୀ ଜୁଲାଇ ୧୦ ସୁଦ୍ଧା ତିରୁମାଳାରେ ୧୮୬୫ ଟିଟିଡି କର୍ମଚାରୀଙ୍କର କରୋନା ଟେଷ୍ଟ୍ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୧ ଷ୍ଟାଫ୍ ସଦସ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏମାନଙ୍କ ମଧ୍ୟରେ ୬୩୧ ଭକ୍ତ ଥିବା ଜଣାପଡ଼ିଛି। ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଅନିଲ କୁମାର ସିଂହଲ୍ ଗତ ୧୨ ତାରିଖରେ କିଛି ଭକ୍ତ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରି ଟିଟିଡିର ୯୧ କର୍ମଚାରୀ ସଂକ୍ରମିତ ହୋଇଥିବା କହିଥିଲେ। ତେବେ କୌଣସି ଭକ୍ତଙ୍କର କିଛି ସ୍ବାସ୍ଥ୍ୟ ସମସ୍ୟା ନଥିବା ଜଣାପଡ଼ିଛି।
ତିରୁମାଲା ତିରୁପତି ମନ୍ଦିରର ୧୫ ପୁରୋହିତ ସଂକ୍ରମିତ, ଟିଟିଡିର ୯୧ କର୍ମଚାରୀ ବି ସଂକ୍ରମିତ
/sambad/media/post_attachments/wp-content/uploads/2018/07/tirupati-temple-660_080515021958.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)