ଗ‌ଣେଶ ବିସର୍ଜନ ବେଳେ ୟୁପି, ହରିୟାଣାରେ ୧୫ ମୃତ

ନୂଆଦିଲ୍ଲୀ : ଗଣେଶ ବିସର୍ଜନ ବେଳେ ଆଜି ହରିୟାଣା ଓ ଉତ୍ତର ପ୍ରଦେଶ(ୟୁପି)ରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ହରିୟାଣା ମହେନ୍ଦ୍ରଗଡ଼ର ଝଗଡ଼ୋଲି କେନାଲରେ ଗ‌ଣେଶଙ୍କ ମୂର୍ତ୍ତି ସହିତ ୯ ଜଣ ଲୋକ ପାଣିରେ ଭାସି ଯାଇଥିଲେ। ବିଳମ୍ବିତ ରାତିରେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଖୋଜି ବାହାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସୋନିପତରେ ଯମୁନା ନଦୀରେ ବି ୩ ଜଣଙ୍କର ମୃତ୍ୟୁ ହୋଇଛି।

ଉତ୍ତର ପ୍ରଦେଶର ପୃଥକ୍ ପୃଥକ୍‌ ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ସନ୍ଥ କବୀର ନଗରରେ ୪ ଜଣ ପିଲା ପାଣିରେ ବୁଡ଼ି ଯାଇଛନ୍ତି। ସେମାନେ ସମସ୍ତେ ଭାଇ ଉଉଣୀ। ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଲଳିତପୁର ଏବଂ ଉନ୍ନାଓରେ ଦୁଇ ଦୁଇ ଜଣ ‌ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର