ଚୋରି ହୋଇଯାଇଥିବା କୁକୁରକୁ ଖୋଜିଦେଲେ ମିଳିବ ୩ କୋଟି ଟଙ୍କାରୁ ଅଧିକ ପୁରସ୍କାର

ନୂଆଦିଲ୍ଲୀ: ଚୋରି ହୋଇଯାଇଥିବା କୁକୁରକୁ ଖୋଜିଦେଲେ ମିଳିବ ୩ କୋଟି ଟଙ୍କା ପୁରସ୍କାର | କିଛି ଏଭଳି ଘୋଷଣା ଏବେ କରାଯାଇଛି | ହଲିଉଡ଼ ଅଭିନେତ୍ରୀ ତଥା ପ୍ରସିଦ୍ଧ ଗାୟିକା ଲେଡି ଗାଗାଙ୍କ ଘର ବାହାରେ ଜଣେ ଅଜ୍ଞାତବ୍ୟକ୍ତି ଗାଗାଙ୍କର ଦୁଇଟି କୁକୁରକୁ ଚୋରି କରି ନେଇଯାଇଛି | ଘର ବାହାରେ ଲେଡି ଗାଗାଙ୍କର ଜଣେ କର୍ମଚାରୀ କୁକୁର ଦୁଇଟିକୁ ବୁଲାଉଥିବାବେଳେ ଜଣେ ଦୃବୁର୍ତ୍ତ ଗୁଳିମାଡ କରି ଫ୍ରେଞ୍ଚ ବୁଲଡଗସ ପ୍ରଜାତିର ଦୁଇଟି କୁକୁରକୁ ଚୋରି କରିନେଇଛି |

photo-the straits times

ଗୁଳି ମାଡ଼ର ଶିକାର ହୋଇଥିବା କର୍ମଚାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି | ଆଉ ଏହି ଘଟଣା ପରେ ଲସଏଞ୍ଜେଲସ ପୁଲିସ ପକ୍ଷରୁ କୁହାଯାଇଛି ଯେ ଗତକାଲି ରାତିରେ ଜଣେ ଅଜ୍ଞାତ ବ୍ୟକ୍ତି ଲେଡି ଗାଗାଙ୍କ କର୍ମଚାରୀଙ୍କୁ ଗୁଳି ମାରି ଦୁଇଟି କୁକୁରକୁ ନେଇ ଗାଡ଼ିରେ ଚମ୍ପଟ ମାରିଥିଲା |

ତେବେ ଏହି ଘଟଣାକୁ ନେଇ ଲେଡି ଗାଗା ଘୋଷଣା କରିଛନ୍ତି ଯେ ଯଦି କେହି ଦୁଇଟି ଚୋରି ହୋଇଯାଇଥିବା କୁକୁରକୁ ଆଣିଦେବେ, ତେବେ ତାଙ୍କୁ ପୁରସ୍କାର ରାଶି ଭାବରେ ୫ ଲକ୍ଷ ଡଲାର ବା ୩ କୋଟି ୬୫ ଲକ୍ଷ ଟଙ୍କା ମିଳିବ | ଲେଡି ଗାଗା ବର୍ତମାନ ରୋମରେ ଥିବାବେଳେ ତାଙ୍କର ନୂଆ ଫିଲ୍ମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି |

ସମ୍ବନ୍ଧିତ ଖବର