‘ବ୍ଲଡ ମନିି’ ବଳରେ ୧୫ ଭାରତୀୟ ଦୁବାଇରେ ମଣ୍ଡକାଟରୁ ରକ୍ଷା ପାଇଲେ

ଜଳନ୍ଧର: ଦୁବାଇର କଡ଼ା ଆଇନରେ ମୃତ୍ୟୁଦଣ୍ଡ ପାଇଥିବା ୧୫ ଜଣ ଭାରତୀୟ ସେମାନଙ୍କ ମୁଣ୍ଡକାଟ ହେବା ପୂର୍ବରୁ ବଞ୍ଚି ଯାଇଛନ୍ତି। ସେଠାରେ ହୋଟେଲ କରିଥିବା କେତେକ ବଦାନ୍ୟ ବ୍ୟକ୍ତି ଇୟୁଏଇର ‘ବ୍ଲଡ୍‌ ମନି’ ବା ‘ରକ୍ତ ପାଇଁ ଟଙ୍କା’ ନିୟମ ଅନୁଯାୟୀ ପର୍ଯ୍ୟାପ୍ତ ଟଙ୍କା ଦେଇ ୧୪ଜଣ ପଞ୍ଜାବୀ ଓ ଜଣେ ବିହାରୀ ନାଗରିକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ମୃତ୍ୟୁଦଣ୍ଡରୁ ଖଲାସ ହୋଇଥିବା ୧୪ ଜଣ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିବାର ପାଖକୁ ଲେଉଟିଆସିଥିବା ବେଳେ ଜଣଙ୍କର ନଥିପତ୍ରଜନିତ ସମସ୍ୟା ଥିବାରୁ ସେ ଫେରି ପାରି ନ ଥିବା ଜଣାପଡ଼ିଛି।


ଦୁବାଇରେ ପ୍ରତିଷ୍ଠିତ ବ୍ୟବସାୟୀ, ଏସପି ସିଂହ ଓବରୟ କହିଛନ୍ତି ଯେ ପଞ୍ଜାବରୁ ଆସୁଥିବା ଯୁବକମାନେ ଦୁବାଇରେ ପହଞ୍ଚି ମଦମାଫିଆଙ୍କ ଜାଲରେ ପଡ଼ି ସେଠାରେ ଚୋରା ମଦ କାରବାର କରୁନ୍ତି। ଏଥିରୁ ଝଗଡ଼ା ହୋଇ କେତେବେଳେ କିଏ ମୃତ୍ୟୁ ବରଣ କରୁଛନ୍ତି। ଦୁବାଇର ଆଇନରେ ମଦ ତସ୍କରୀ ଓ ହତ୍ୟା ପାଇଁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା ରହିଛି। ଶ୍ରୀ ଓବରୟ କହିଛନ୍ତି ଅମୃତସରର ହରବିନ୍ଦର ସିଂହ, ହୋସିଆରପୁରର ଦଲଓ୍ଵିନ୍ଦର ସିଂହ, ରଞ୍ଜିିତ ସିଂହ,ସୁଚ୍ଚା ସିଂହ ଓ ବିହାରର ଛପ୍ରା ଜିଲାର ଧର୍ମେନ୍ଦ୍ର କୁମାର ଙ୍କୁ ସାରଜହାର ଏକ କୋର୍ଟ ଉତ୍ତରପ୍ରଦେଶର ବୀରେନ୍ଦ୍ର ଚୌହାନଙ୍କୁ ୨୦୧୧ ମସିହାରେ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡ ଦେଇଥିଲେ। ସେହିପରି ଅନ୍ୟ ୧୦ ଜଣ ପଞ୍ଜାବୀ ମଧ୍ୟ ଜଣେ ପାକିସ୍ତାନ ନାଗରିକ ମହମ୍ମଦ ପରହାନଙ୍କୁ ଆବୁଧାବୀରେ ହତ୍ୟା କରିବା ଅଭିଯୋଗରେ ୨୦୧୬ ମସିହା ଅକ୍ଟୋବର ମାସରେ ମୃତ୍ୟୁ ଦଣ୍ଡ ପାଇଥିଲେ। ସେମାନଙ୍କ ମଧ୍ରରେ ଥିଲେ ସତମିନ୍ଦର ସିଂହ, ଚନ୍ଦରଶେଖର, ଚମକୁର ସିଂହ,ବଲସ୍ୱିନ୍ଦର ସିଂହ, ତରସିମ ସିଂହ, ଜଗଜିତ ସିଂହ, କୁଲଦୀପ ସିଂହ। ତେବେ ଏହି ଦୁଇଜଣଙ୍କ ହତ୍ୟାମାମଲରେ ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିମାନଙ୍କ ମୁକ୍ତି ପାଇଁ ମୃତକମାନଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଥିଲା। ପରେ ସେମାନଙ୍କୂ ଏ ନେଇ ମନାଇବା ପରେ ସେମାନଙ୍କୁ ସରବତ ଡା ଭଲା ଟ୍ରଷ୍ଟ ଆନୁକୂଲ୍ୟରେ ବ୍ଲଡ ମନି ବା ରକ୍ତ ପାଇଁ ଟଙ୍କା ଆକାରରେ ପର୍ଯ୍ୟାପ୍ତ ଟଙ୍କା ଦିଆଯାଇଥିଲା। ଦୁବାଇର ନିୟମ ଅନୁଯ୍ରୀ, ଯଦି ହତୃାକାଣ୍‌ହର ମୃତକଙ୍କ ପରିବାର ବ୍ଲଡ୍‌ ମନି ଗଅହଣ କରନ୍ତି, ତେବେ ଅଭିଯୂକ୍ତଙ୍କୁ ମୁକ୍ତି ଦିାଯାଇ ପାରିବ। ଏ ନେଇ ଉଭୟ ପକ୍ଷ କୋର୍ଟରେ ର ସେମାନଙ୍କ ଆପୋଷ ସମାଧାନ ଓ ବ୍ଲଡ୍‌ ମନି ଗଅହଣ କରିଥିବା ସମ୍ପର୍କରେ ଜଣାଇଥିଲେ। ଦୁବାଇର ନିୟମ ଅନୁଯାୟୀ, ଏହି ବ୍ଲଡ୍‌ ମନି ମୃତକଙ୍କ ପରିବାରକୁ ଦିଆଯାଇଥିବାରୁ ଓ ସେମାନଙ୍କର ଆଉ କୌଣସି ଅଭିଯୋଗ ନ ଥିବାରୁଏହି ୧୫ ଜଣଙ୍କୁ କୋର୍ଟ ମୃତ୍ୟୁଦଣ୍ଡରୁ ମୁକ୍ତି ଦେଇଛନ୍ତି। ଇତିମଧ୍ୟରେ ଦୁବାଇରେ ମୃତ୍ୟୁଦଣ୍ଡ ପାଇଥିିବା ୯୩ ଜଣଙ୍କୁ ଟ୍ରଷ୍ଟ ମୁକ୍ତି ଦେବାରେ ସକ୍ଷମ ହୋଇଛି ଓ ଏଥିପାଇଁ ଟ୍ରଷ୍ଟ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଶ୍ରୀ ଓବରୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର