ଆଜମେରରେ ଖସିପଡ଼ିଲା ଟାଓ୍ବାର ଦୋଳି, ମହିଳା, ଶିଶୁଙ୍କ ସମେତ ୧୫ ଆହତ

ଜୟପୁର: ଅଜମେରର କୁନ୍ଦନ ନଗରରେ ଚାଲିଥିବା ଦରବାର ଡିଜନିଲାଣ୍ଡରେ ଥିବା ଜୟ ରାଇଡ୍ ଟାୱାର (ଟାଓ୍ବାର ଦୋଳି) ଖସିପଡ଼ିବାରୁ ପ୍ରାୟ ୧୫ ଜଣ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି । ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଥିବା ଜଣାଯାଇଛି ।

ଖବର ପାଇ ପୁଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଜେଏଲଏନ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଅଜମେର ବସଷ୍ଟାଣ୍ଡ ଅଞ୍ଚଳର କୁନ୍ଦନ ନଗର ନିକଟରେ ଏକ ପ୍ରଦର୍ଶନୀରେ ଏହି ଜୟ ରାଇଡ୍ ଟାଓ୍ବାର ଲାଗିଥିଲା । ଏହି ଘଟଣା ଜଣାପଡ଼ିବା ପରେ ଜିଲ୍ଲାପାଳ ଅଂଶଦୀପ ଜବାହରଲାଲ ନେହେରୁ ହସ୍ପିଟାଲର ଡାକ୍ତରମାନଙ୍କୁ ସୂଚୀତ କରିବା ସହ ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ ।

 

ଗଣମାଧ୍ୟମସହ କଥାବାର୍ତ୍ତା କରି ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ସ୍ୱିଙ୍ଗ୍ ର ଏକ ଅଂଶ ଭାଙ୍ଗି ଯାଇଥିଲା ଏବଂ ଉଚ୍ଚ ଉଚ୍ଚତାରୁ ଖସି ପଡ଼ିବାରୁ ଦୋଳିରେ ବସିଥିବା ଲୋକମାନେ ଆହତ ହୋଇଥିଲେ। ଆହତଙ୍କ ଚିକିତ୍ସା ଚାଲିଛି। ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟେ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ତେବେ ଆଶ୍ବସ୍ତିର କଥା ହେଉଛି, ଆହତ ହୋଇଥିବା ସମସ୍ତେ ବିପଦମୁକ୍ତ ଅଛନ୍ତି ।

ସମ୍ବନ୍ଧିତ ଖବର