ଆଫଗାନିସ୍ଥାନରେ ବୋମା ବିସ୍ଫୋରଣ, ୧୫ ଶିଶୁ ମୃତ

କାବୁଲ : ଆଫଗାନିସ୍ଥାନରେ ଆଜି ଆତଙ୍କବାଦୀମାନେ ଏକ ଅତି ଘୃଣ୍ୟ କାଣ୍ଡ ଘଟାଇଛନ୍ତି । ଏକ ଅଟୋରିକ୍ସାରେ ରଖାଯାଇଥିବା ବୋମା ବିସ୍ଫୋରଣ ହେବାରୁ ଅତି କମରେ ୧୫ ଜଣ ଶିଶୁ ନିହତ ହୋଇଛନ୍ତି ଓ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ଜଣାଯାଇଛି ।

ଆଫଗାନିସ୍ଥାନର ଆଭ୍ୟନ୍ତରୀଣ ମନ୍ତ୍ରାଳୟର ସୂଚନା ଅନୁସାରେ ଆଦି ସ୍ଥାନୀୟ ସମୟ ଅପରାହ୍ଣ ୨ଟା ବେଳେ କେନ୍ଦ୍ରୀୟ ଗଜନି ରାଜ୍ୟରେ ଏହି ଘଟଣା ଘଟିଛି । ଛୋଟ ପିଲାମାନେ ଏକ ଧାର୍ମିକ ସମାବେଶରେ ଏକତ୍ରିତ ହୋଇଥିଲେ । ଏହି ସମୟରେ ଏକ ଅଟୋ ରିକ୍ସାରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା । ଫଳରେ ୧୫ ଜଣ  ଶିଶୁ ମୃତ୍ୟୁବରଣ କରିଥିଲେ ।  ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଘଟଣାସ୍ଥଳରେ ଶିଶୁମାନଙ୍କ ମୃତଦେହ ଏଣେତେଣେ ପଡ଼ିଥିବା ଦେଖାଯାଇଥିଲା । ଏହି ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

ସୂଚନାଯୋଗ୍ୟ ଯେ ଗଜନି ହେଉଛି ଆଫଗାନିସ୍ଥାନ ଏକ ସବୁଠୁ ହିଂସାପ୍ରବଣ ରାଜ୍ୟ । ଏହି ରାଜ୍ୟର ପ୍ରାୟ ଅଧା ତାଲିବାନ ନିୟନ୍ତ୍ରଣରେ ରହିଛି ।

 

ସମ୍ବନ୍ଧିତ ଖବର