ମୋରେନା: ବାଲି ବୋଝେଇ ଟ୍ରାକ୍ଟର୍ ଟ୍ରଲି ସହ ଗୋଟାଏ ଜିପ୍ ଧକ୍କା ଖାଇବାରୁ ୧୫ ଜଣଙ୍କର ମୃତ୍ୟୁ ହେବା ସହ ୫ ଜଣ ଆହତ ହୋଇ ଛନ୍ତି।
ମଧ୍ୟ ପ୍ରଦେଶ ଅନ୍ତର୍ଗତ ମୋରେନା ଜିଲ୍ଲାରେ ଘଟିଛି ଏ ଦୁର୍ଘଟନା। ସମସ୍ତ ପୀଡ଼ିତ ଗୋଆଲିଅର୍ ଜିଲ୍ଲାର। ଏକ ଶୋକସଭାରେ ଯୋଗ ଦେବାକୁ ସେମାନେ ଘୁରଗାଁ ଗାଅାଁକୁ ଯାଉ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସାମର୍ଥ୍ୟ ଠାରୁ ଅଧିକ ଯାତ୍ରୀ ନେଉ ଥିବା ଜିପ୍ଟି ଧକ୍କା ଖାଇବା ପରେ ପରିବାରର ୧୨ ଜଣ ସଦସ୍ୟ ଘଟଣାସ୍ଥଳରେ ମରି ଯାଇଥିଲେ। ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।
ଗଞ୍ଜାରାମପୁର ଗାଅାଁ ନିକଟ ଛକରେ ସକାଳ ୬ଟା ବେଳେ ଦୁର୍ଘଟନା ଘଟିଥିବା କଥା ପୁଲିସ କହୁଛି।
ଜାତୀୟ ଚମ୍ବଲ୍ ଅଭୟାରଣ୍ୟରୁ ବେଆଇନ୍ ଭାବେ ଉତ୍ତୋଳନ କରାଯାଇଥିବା ବାଲି ସେ ଟ୍ରାକ୍ଟର୍ରେ ଚାଲାଣ ହେଉଥିବା କଥା ଜଣାପଡ଼ିଛି।
ଡ୍ରାଇଭର୍ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଛି।