ଅଷ୍ଟ୍ରେଲୀୟ ବିଶ୍ବବିଦ୍ୟାଳୟର ଅନୁଧ୍ୟାନ: ବିଶ୍ବରେ କରୋନା ନେବ ଦେଢ଼ କୋଟି ଜୀବନ !

୨.୩ଟ୍ରିଲିୟନ ଡ଼ଲାର୍ ହ୍ରାସ ପାଇବ ବିଶ୍ବ ଅର୍ଥନୀତି

ନୂଆଦିଲ୍ଲୀ: କରୋନାଭାଇରସ ଦ୍ବାରା ସଂକ୍ରମଣର ଶିକାର ହୋଇ ସାରା ବିଶ୍ବରେ ପ୍ରାୟ ଦେଢ଼ କୋଟି ଲୋକ ମୃତ୍ୟୁବରଣ କରିବେ ବୋଲି ଏକ ନୂତନ ଅଧ୍ୟୟନରେ କୁହାଯାଇଛି। ଅଷ୍ଟ୍ରେଲିୟା ନ୍ୟାସନାଲ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ବିଶ୍ବ  ଜିଡିପି ୨.୩ଟ୍ରିଲିୟନ ଡଲାର ହ୍ରାସ ପାଇବ । ବ୍ରିଟେନ ଏବଂ ଆମେରିକାରେ ଅଧିକ ସଂଖ୍ୟକ  ଲୋକ ଏହା କବଳରେ ପଡ଼ି  ମୃୃତ୍ୟୁବରଣ କରିବେ ବୋଲି  ଆକଳନରୁ ଜଣାପଡ଼ିଛି। ଏହି ଭାଇରସର କୁପ୍ରଭାବ ଅନେକ ଦେଶର ଅର୍ଥନୀତି ଉପରେ ପଡ଼ିବ ବୋଲି ଆକଳନ କରାଯାଇଛି। ଏହି ରିପୋର୍ଟ ଅନ୍ତର୍ଜାତୀୟ ଖବରକାଗଜ ‘ଡେଲି ମେଲ୍’ରେ ପ୍ରକାଶ ପାଇଛି।

ଏହି ରିପୋର୍ଟ ଦେଇଥିବା ଦୁଇ ଅନୁସନ୍ଧାନକାରୀ ୱାରୱିକ୍ ମ୍ୟାକକିବୋନ୍ ଏବଂ ରୋଶେନ୍ ଫର୍ନାଣ୍ଡୋ ଚେତାବନୀ ଦେଇଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ଆରମ୍ଭ ହେବାର ବର୍ଷେ ପୂରିବା ମଧ୍ୟରେ ବିଶ୍ବରେ ଦେଢ଼ କୋଟି ଲୋକ ମୃତ୍ୟୁବରଣ କରିସାରିଥିବେ। ଆମେରିକାରେ ୨୩୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହ ଭାରତ ଏବଂ ଚୀନ ନିଜର ଲକ୍ଷ ଲକ୍ଷ ଲୋକଙ୍କୁ ହରାଇବ ବୋଲି କହିଛନ୍ତି। ଏହା ସହୱାରୱିକ୍ ମ୍ୟାକିବୋନ ଏବଂ ରୋଶେନ୍ ଫର୍ନାଣ୍ଡୋ କରୋନା ଭାଇରସଜନିତ ମୃତ୍ୟୁ ସଂଖ୍ୟାକୁ ଆମେରିକାରେ ଇନଫ୍ଲୁଏନଜା ଋତୁ ସହ ତୁଳନା କରିଛନ୍ତି। କାରଣ ପ୍ରତିବର୍ଷ ଇନଫ୍ଲୁଏନଜା ସଂକ୍ରମଣର ଶିକାର ହୋଇ ଆମେରିକାରେ ୫୫,୦୦୦ଲୋକ ମୃତ୍ୟୁ ବରଣ କରିଥାନ୍ତି।

Image result for 15-MILLION-people-die-best-case-coronavirus-scenario
The Washington Standard

ବ୍ରିଟେନରେ ଭାଇରସ ଦ୍ବାରା ସଂକ୍ରମିତ ହୋଇ ଏବେ ପର୍ଯ୍ୟନ୍ତ ମାତ୍ର ଜଣେ ମୃତ୍ୟୁବରଣ କରିଥିବା ବେଳେ ଏହି ସଂଖ୍ୟା ୬୪,୦୦୦ରେ ପହଞ୍ଚିପାରେ ବୋଲି ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି। ଏହା ସହ ଜର୍ମାନୀରେ ୭୯,୦୦୦ ଏବଂ ଫ୍ରାନ୍ସରେ ୬୦,୦୦୦ଲୋକେ ପ୍ରାଣ ହରାଇବେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ବ୍ରିଟେନର ଜିଡିପି ପ୍ରାୟ ୧.୫ପ୍ରତିଶତ ହ୍ରାସ ପାଇବା ସହ ଆମେରିକାର ଅର୍ଥନୀତି ୨.୦ପ୍ରତିଶତ ହ୍ରାସ ପାଇବ। ବିଶ୍ବ ଅର୍ଥନୀତି ୨.୩ବିଲିୟନ ଡ଼ଲାରରେ ପହଞ୍ଚିବା ସହ ଅଷ୍ଟ୍ରେଲିଆ ଏବଂ ଜର୍ମାନୀର ଅର୍ଥନୀତିରେ ମଧ୍ୟ ଗୁରୁତର ଅବନତି ଘଟିବ ବୋଲି ଅନୁସନ୍ଧାନକାରୀମାନେ ପୂର୍ବାନୁମାନ କରିଛନ୍ତି।

କେବଳ ଚାଇନାରେ ୧୨ମିଲିୟନରୁ ଅଧିକ ଲୋକ ଏବଂ ଯୁକ୍ତରାଷ୍ଟ୍ରରେ ୧.୧ମିଲିୟନ ଲୋକଙ୍କ ମୃତ୍ୟୁ ହେବ ବୋଲି ଦୁହେଁ ଦାବି କରିଛନ୍ତି। ପ୍ରାୟ ଅନେକ ଦେଶ ନିଜର ହଜାର ହଜାର ଲୋକଙ୍କୁ ହରାଇବା ସହ ଅର୍ଥନୀତି ଉପରେ ମଧ୍ୟ ଏହାର ଗମ୍ଭୀର ପ୍ରଭାବ ପଡ଼ିବ ବୋଲି ପୂର୍ବରୁ ଚେତାଇ ଦେଇଛନ୍ତି ଅନୁସନ୍ଧ‌ାନକାରୀ। ବର୍ତ୍ତମାନ ମଧ୍ୟ କରୋନା ଭାଇରସ ପାଇଁ ବିଶ୍ବର ଅର୍ଥନୀତି ପ୍ରଭାବିତ ହେଉଥିବା ବେଳେ ଆଗକୁ ସଂକ୍ରମଣ ବଢ଼ିବ‌ା ସହ ଏହା ଅଧିକ ପ୍ରଭାବିତ ହେବ। ତେବେ ପୂର୍ବରୁ ସତର୍କ ନହେଲେ କରାଯାଇଥିବା ଆକଳନ ସତ ହେବାର ସମ୍ଭାବନା ଅଧିକ ରହିଛି ବୋଲି ଅନୁସନ୍ଧ‌ାନକାରୀମାନେ ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର