ତେହେରାନ: କମୁନି ବରଂ ବଢିବାରେ ଲାଗିଛି ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଆମେରିକାର ଏଣ୍ଟ୍ରି ସ୍ଥିତିକୁ ଆହୁରି ସଙ୍ଗୀନ କରିଛି । ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ଉପରେ ମିସାଇଲ୍ ମାଡ କରିଛି ଇରାନ । ଗୋଟେ କି ଦୁଇଟା ନୁହେଁ ପାଖାପାଖି ୧୫ଟି ମିସାଇଲ୍ ମାଡ କରିଛି ଇରାନ । ବିଭିନ୍ନ ସ୍ଥାନରେ ଲଗାତାର ମିସାଇଲ୍ ମାଡ ପରେ ଥରହର ହୋଇଛି ଇସ୍ରାଏଲ । ଆକ୍ରମଣରେ ଇସ୍ରାଏଲର ଅନେକ କ୍ଷୟକ୍ଷତି ହୋଇଥିଲା ଅନୁମାନ କରାଯାଉଛି । ମିସାଇଲ୍ ମାଡ ପରେ ଇସ୍ରାଏଲରେ ସାଇରନ ବାଜି ଉଠିଥିଲା । 

Advertisment

ସେପଟେ ଆଜି ଅପରାହ୍ନରେ ଇସ୍ରାଏଲ ମଧ୍ୟ ଇରାନରେ ଆକ୍ରମଣ କରିଛି । ଜେଲ ଉପରେ ବୋମା ପକାଇଛି ଇସ୍ରାଏଲ । ଯୁଦ୍ଧ ପାଇଁ ଚିନ୍ତାରେ ବିଶ୍ବ  ଥିବା ବେଳେ ଏହି ଚିନ୍ତାକୁ ଅଧିକ କରିଛି ଇରାନର ବଡ଼ ନିଷ୍ପତ୍ତି । ଷ୍ଟ୍ରେଟ ଅଫ ହରମୁଜ ବନ୍ଦ ପାଇଁ ଇରାନ ସଂସଦ ନିଷ୍ପତ୍ତି ନେବା ପରେ ଦୁନିଆରେ ଚହଳ ପଡିଲାଣି । ବିଶ୍ବର ଅର୍ଥନୀତି ଦୋହଲିବା ସମ୍ଭାବନା । କାରଣ ସମୁଦ୍ରପଥ ଦେଇ ବିଶ୍ବକୁ ଇରାନ ଅଶୋଧିତ ତୈଳ ଓ ଗ୍ୟାସ ରପ୍ତାନୀ କରେ । ଯୁଦ୍ଧ ଯଦି ଭୟଙ୍କର ରୂପ ନିଏ ତେବେ ବିଶ୍ଵର ସ୍ଥିତି ସାଙ୍ଘାତିକ ହେବ ।