ସମ୍ଭଲ୍ : ଆମେରିକାରେ ବାଘୁଣୀ କରୋନା ଭାଇରସ୍ରେ ଆକ୍ରାନ୍ତ ହେବାପରେ ବନ୍ୟଜନ୍ତୁ କରୋନା ଭାଇରସ୍ ସଂକ୍ରମିତ ହେବାନେଇ ଭୟ ବଢ଼ିଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶର ସମ୍ଭଲ୍ ଜିଲ୍ଲାର ଏକ ଗ୍ରାମରେ ଗତ ୨ ଦିନ ମଧ୍ୟରେ ୧୫ରୁ ଊର୍ଦ୍ଧ୍ବ ମାଙ୍କଡ଼ ମୃତ୍ୟୁ ହେବା ଚିନ୍ତା ବଢ଼ାଇଛି। ମୃତ ମାଙ୍କଡ଼ମାନଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବା ବେଳେ ସେମାନଙ୍କର ନିମୋନିଆରେ ମୃତ୍ୟୁ ହୋଇଛି ବୋଲି ଚିକିତ୍ସକ ସନ୍ଦେହ କରୁଛନ୍ତି। ଆଇଭିଆରଆଇ (ଇଣ୍ଡିଆନ୍ ଭେଟେରିନାରି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍) ଅନୁଯାୟୀ, ପ୍ରାରମ୍ଭିକ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମୃତ ମାଙ୍କଡ଼ମାନେ ଲିଭର ଏବଂ କିଡନି ସଂକ୍ରମଣର ଶିକାର ହୋଇଥିଲେ। କିନ୍ତୁ ବାସ୍ତବରେ ଏହି ମାଙ୍କଡ଼ମାନଙ୍କର କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ। ଏହି ମାଙ୍କଡ଼ମାନଙ୍କର କରୋନାରେ ମୃତ୍ୟୁ ହୋଇଥାଇପାରେ ବୋଲି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।