କୋଲକାତା : କୋଲକାତାରୁ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଏକ ବଡ଼ ଧରଣର ଷଡ଼ଯ଼ନ୍ତ୍ରର ସୁରାକ ପାଇଛି ପଶ୍ଚିମବଙ୍ଗ ପୁଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ ବା ଏସଚିଏଫ । ପ୍ରାୟ ୧୫ ଜଣ ବାଂଲାଦେଶୀ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରି ଓଡ଼ିଶା,ପଶ୍ଚିମବଙ୍ଗ ସମେତ ଆଉ କେତେକ ରାଜ୍ୟକୁ ଯାଇଥିବା ଏସଚିଏଫ କହିଛି ।
ଗିରଫ ଆତଙ୍କବାଦୀମାନଙ୍କୁ ଜେରା କରିବା ପରେ ଜଣାପଡ଼ିଛି ଯେ ଚଳିତ ବର୍ଷ ଆରମ୍ଭରେ ବାଂଲାଦେଶର ଆତଙ୍କବାଦୀ ସଂଗଠନ ଜମାଏତ ଉଲ ମୁଜାହିଦ୍ଦିନ ବାଂଲାଦେଶର (ଜେଏମବି)ର ପ୍ରାୟ ୧୫ ଜଣ ସଦସ୍ୟ ପଶ୍ଚିମବଙ୍ଗ ଦେଇ ଭାରତରେ ପ୍ରବେଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ପଶ୍ଚିମବଙ୍ଗରେ ରହିଥିବାବେଳେ ୧୦ ଜଣ ଭାରତର ଆଉ କେତେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଯେପରିକି ଓଡ଼ିଶା, ବିହାର, ଜମ୍ମୁ ଓ କଶ୍ମୀର ଯାଇଥିବା ସଂଦେହ କରାଯାଉଛି ।
କୋଲକାତାରୁ ଗିରଫ ୩ ଜଣ ଆତଙ୍କବାଦୀ ହେଲେ ନଜିଉର ରେହେମାନ, ରବିଉଲ ଇସଲାମ ଓ ସବିର । ଭାରତରେ ଅନୁପ୍ରବେଶ କରିବା ପରେ ସେମାନେ ଫଳ ଓ ମଶାରି ଆଦି ବିକ୍ରି କରୁଥିଲେ । ତେବେ ପଶ୍ଚିମବଙ୍ଗରେ ଥିବା ଆଉ ଦୁଇ ଆତଙ୍କବାଦୀ ସେକ ସକିଲ ଓ ସଲିମ ମୁନସୀକୁ ଧରିବାକୁ ଉଦ୍ୟମ କରାଯାଉଛି ବୋଲି ଏସଟିଏଫ କହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/8b7c5f7b-2ad7-4bfd-8c74-51b922b11c20.jpg)