କଶ୍ମୀରରେ ଗତ ସପ୍ତାହେ ଭିତରେ ୧୫ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ସୁରକ୍ଷା ବଳ ଦ୍ବାରା ହୋଇଥିବା ଏନ୍‌କାଉଣ୍ଟର୍‌ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସମାନ ଅପରେସନରେ ରବିବାର ଦିନ ସେହି ସୋପିଆନ୍‌ ଜିଲ୍ଲାର ରିବ୍ୟାନ୍‌ ଅଞ୍ଚଳରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ସୋମବାର ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ପ୍ରାୟ ୧୫ ଜଣ ଆତଙ୍କବାଦୀ ନିହତ ‌ହୋଇଛନ୍ତି। ୨୪ ଘଣ୍ଟାରୁ କମ୍‌ ସମୟ ଭିତରେ ୨ କମାଣ୍ଡର୍‌ ସମେତ ସମୁଦାୟ ୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି କଶ୍ବୀରର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି।

MSN.com

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜ‌ାନୁଆରି ମାସ ପରଠାରୁ ୮୪ରୁ ଊର୍ଧ୍ବ ଆତଙ୍କବାଦୀ ନିହତ ‌ହୋଇଛନ୍ତି। ଗୁଇନ୍ଦା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିଶେଷ କରି ଏହି ବର୍ଷ ଆତଙ୍କବାଦୀମାନେ କଶ୍ମୀରରେ ସେମାନଙ୍କ କାର୍ଯ୍ୟକଳାପ ସକ୍ରିୟ କରିବାର ଯୋଜନାରେ ସଦା ଲାଗି ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମେ ମାସରେ ଆତଙ୍କବାଦୀମାନଙ୍କ ପିଛା କରି ଏକ ଘରେ ପଶିଯିବା ପରେ ଆଣ୍ଟି ଇନ୍‌ସର୍ଜେନ୍ସି ୟୁନିଟ୍‌ର କମାଣ୍ଡିଂ ଅଧିକାରୀ, ମେଜର୍‌ ଏବଂ ଅନ୍ୟ ୩ ଜଣ ସୁରକ୍ଷା ବଳ ବ୍ୟକ୍ତି ଉତ୍ତର କଶ୍ମୀରର ହଣ୍ଡ‌ୱାରାରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର