ନୂଆଦିଲ୍ଲୀ : ଦେଶରେ ନୂ୍ଆ ବ୍ରିଟେନ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି ହୋଇଛି। ସମସ୍ତଙ୍କୁ ସିଙ୍ଗଲ୍ ରୁମ୍ ଆଇସୋଲେସନ୍ରେ ରଖାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କ୍ବାରାଣ୍ଟିନ୍ରେ ରଖାଯାଇଛି। ତେବେ ପରିସ୍ଥିତି ଉପରେ ଖୁବ୍ ଭଲଭାବେ ନଜର ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ରାଜ୍ୟମାନଙ୍କୁ ଏବାବଦରେ ନିୟମିତ ଉପଦେଶ ପ୍ରଦାନ କରାଯାଉଛି। ଏଯାବତ୍ ନେଦରଲାଣ୍ଡ୍, ଡେନମାର୍କ, ଅଷ୍ଟ୍ରେଲିଆ, ଇଟାଲି, ସ୍ବିଡେନ୍, ଫ୍ରାନ୍ସ, ସ୍ପେନ୍, ସ୍ବିଜରଲାଣ୍ଡ୍, ଜର୍ମାନୀ, କାନାଡ଼ା,ଜାପାନ୍ , ଲେବାନନ୍ ଏବଂ ସିଙ୍ଗାପୁର୍ରେ ନୂଆ ବ୍ରିଟେନ୍ ଭୂତାଣୁ ଚିହ୍ନଟ ହୋଇଛି।
ଅନ୍ୟପକ୍ଷେ ଦେଶରେ ଏଯାବତ୍ ପ୍ରାୟ ୧୪ ଲକ୍ଷ ଲୋକ ଟିକା ନେଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ୩,୪୭,୦୫୮ ଜଣଙ୍କୁ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। କର୍ଣ୍ଣାଟକରେ ସର୍ବାଧିକ ୧,୮୪,୬୯୯ ଜଣ ଟିକା ନେଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧,୩୩,୨୯୮ ଏବଂ ଉତ୍ତରପ୍ରଦେଶରେ ୧,୨୩,୭୬୧ ଜଣ ଟିକା ନେଇ ସାରିଛନ୍ତି। ତେଲେଙ୍ଗାନାରେ ୧,୧୦,୦୩୧, ମହାରାଷ୍ଟ୍ରରେ ୭୪,୯୬୦, ବିହାରରେ ୬୩,୬୨୦, ହରିୟାଣାରେ ୬୨,୧୪୨, କେରଳରେ ୪୭,୨୯୩ ଏବଂ ମଧ୍ୟପ୍ରଦେଶରେ ୩୮,୨୭୮ ଜଣ ଟିକା ନେଇଥିବା ଜଣାପଡ଼ିଛି। ଜାନୁଆରି ୨୩ ସକାଳ ୮ଟା ସୁଦ୍ଧା ୧୩,୯୦,୫୯୨ ହିତାଧିକାରୀ ଟିକା ନେଇଛନ୍ତି। ଦେଶରେ ଏବେ ୧,୮୫,୬୬୨ ସକ୍ରିୟ ମାମଲା ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧.୭୪ ପ୍ରତିଶତ। ୨୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ୫ ହଜାରରୁ କମ୍ ସକ୍ରିୟ ମାମଲା ରହିଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ଏବେ ୧,୦୬,୩୯,୬୮୪ ରହିଛି। ଅନ୍ୟପହକ୍ଷେ ମୃତ୍ୟୁସଂଖ୍ୟା ୧,୫୩,୧୮୪ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Corona_1100.jpg)