ପ୍ରୟାଗରାଜ: ମହାକୁମ୍ଭରେ ଏକାଥରେ ସଫେଇ କଲେ ୧୫ ହଜାର କର୍ମଚାରୀ । ପ୍ରୟାଗରାଜର ୪ଟି ଜୋନରେ ଏକାଥରେ ସଫେଇ କାମ କରି ଏହି ୧୫ ହଜାର ସଫେଇ କର୍ମୀ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିଛନ୍ତି ।
ଲଣ୍ଡନରୁ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡର ଏକ ଆସି ପ୍ରୟାଗରାଜରେ ପହଞ୍ଚିଲେ ଏବଂ ସୋମବାର ଏହି ନିଆରା କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ପ୍ରତି କର୍ମଚାରୀଙ୍କ ହାତରେ କ୍ୟୁଆର କୋର୍ଡ ଥିବା ଏକ ସ୍ବତନ୍ତ୍ର ବ୍ୟାଣ୍ଡ ରହିଥିଲା । ଯାହା ଜରିଆରେ କର୍ମଚାରୀଙ୍କ ଗଣନା କରାଯାଉଥିଲେ । ତେବେ ୩ ଦିନ ପରେ କେତେ କର୍ମଚାରୀ ସାମିଲ ହୋଇଥିଲେ ତାର ଫାଇନାଲ ରିପୋର୍ଟ ଆସିବ ।
ସେପଟେ ୨୦୧୯ କୁମ୍ଭମେଳାରେ ମଧ୍ୟ ୧୦ ହଜାର ସଫେଇ କର୍ମଚାରୀଙ୍କୁ ନେଇ ଏମିତି ଏକ ନିଆରା କାର୍ଯ୍ୟକ୍ରମ ହୋଇଥିଲା । ତେବେ ମହାକୁମ୍ଭରେ ସ୍ବଚ୍ଛତା ଏବଂ ପରିଚ୍ଛନ୍ନତାକୁ ଅଧିକ ଦୃଷ୍ଟି ଦିଆଯାଉଥିବା ବେଳେ ଜାନୁୟାରୀ ୧୩ ତାରିଖରୁ ମହାକୁମ୍ଭ ସରିବା ଯାଏଁ ଏମାନେ ହିଁ ରାତି ଦିନ ପ୍ରୟାଗରାଜର ରାସ୍ତାଘାଟ, ସଙ୍ଗମ ସ୍ଥଳକୁ ସଫା ରଖୁଛନ୍ତି ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/25/vcYzHCzY3M0eiLC0IcpC.jpg)