ଜୁଲାଇରେ ୧୫୨ କୋଟି ଆଧାର ପ୍ରମାଣୀକରଣ

ଭୁବନେଶ୍ବର : ଜୁଲାଇ ମାସ ଶେଷ ସୁଦ୍ଧା ଲୋକ ମାନଙ୍କ ପାଇଁ ୧୩୪.୧୧ କୋଟି ଆଧାର ନମ୍ବର ସୃଷ୍ଟି କରାଯାଇ ସାରିଛି। ଏହି ମାସରେ ଆଧାର ମାଧ୍ୟମରେ ୧୫୨.୫ କୋଟି ପ୍ରମାଣୀକରଣ ଆଦାନପ୍ରଦାନ କରା ଯାଇଛି । ଏଗୁଡିକ ମଧ୍ୟରୁ ଅଧିକାଂଶ (୧୨୨.୫୭ କୋଟି) ମାସିକ ଆଦାନପ୍ରଦାନ ଫିଙ୍ଗର – ପ୍ରିଂଟ୍ ବାୟୋମେଟ୍ରିକ୍ ପ୍ରମାଣୀକରଣର ବ୍ୟବହାର କରାଯାଇ ସମ୍ପାଦିତ ହୋଇଛି। ଜୁଲାଇ ମାସରେ ୫୩ ଲକ୍ଷରୁ ଅଧିକ ଆଧାର ସୃଷ୍ଟି କରା ଯାଇଛି । ଏଗୁଡିକ ମଧ୍ୟରୁ ଅଧିକାଂଶ ୧୮ ବର୍ଷ ରୁ କମ୍ ବୟସର ପିଲାଙ୍କ ନିମନ୍ତେ କରାଯାଇଛି । ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ଆଧାର ପୂର୍ଣ୍ଣତାର ସ୍ତର ଏବେ ସାର୍ବଭୌମିକ ସ୍ତରର ନିକଟତର ଅଟେ ଏବଂ ସମଗ୍ର ପୂର୍ଣ୍ଣତାର ସ୍ତର ୯୩.୪୧ ପ୍ରତିଶତ ଅଟେ । ଅତି କମ୍‌ରେ ୨୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ଏବେ ପୂର୍ଣ୍ଣତାର ପରିମାଣ ୯୦ ପ୍ରତିଶତରୁ ଅଧିକ ଅଟେ।

ଆଧାର ପେମେଂଟ ବ୍ରିଜ୍ (ଏପିବି) ଏଲ୍‌ପିଜି, ମନରେଗା ତଥା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ କିମ୍ବା ଏନ୍‌ଏଏସ୍‌ପି ନିମନ୍ତେ ପ୍ରତ୍ୟେକ୍ଷ ଲାଭ ପ୍ରଦାନ ସହିତ କଲ୍ୟାଣମୂଳକ ଯୋଜନା ଗୁଡିକ ମାଧ୍ୟମରେ ଲାଭ ପହଂଚାଇବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଜୁଲାଇ ମାସରେ ହୋଇଥିବା ସମସ୍ତ ଏପିବି ଆଦାନପ୍ରଦାନ ୧୨,୫୧୧ କୋଟି ଟଙ୍କା ରହିଛି । ଆଧାର ମାଧ୍ୟମରେ କରା ଯାଇଥିବା ଇ – କେୱାଇସି ଆଦାନପ୍ରଦାନର ସଂଖ୍ୟା ୨୨.୮୪ କୋଟି ଥିଲା । ଏବେ ସୁଦ୍ଧା ଇ – କେୱାଇସି ଆଦାନପ୍ରଦାନର ସଂଚୟୀ ସଂଖ୍ୟା ଜୁନ୍ ମାସର ୧୨୨୬.୩୯ କୋଟି ତୁଳନାରେ ବୃଦ୍ଧି ପାଇ ଜୁଲାଇ ମାସରେ ୧୨୪୯. ୨୩ କୋଟି ହୋଇ ଯାଇଛି । ଆଧାର ସକ୍ଷମ ଦେୟ ପ୍ରଣାଳୀ (ଏଇପିଏସ୍‌) ଏବଂ ମାଇକ୍ରୋ ଏଟିଏମ୍ ନେଟୱର୍କ ମାଧ୍ୟମରେ ୧୫୦୭ କୋଟିରୁ ଅଧିକ ଅନ୍ତିମ ମାଇଲ୍ ପର୍ଯ୍ୟନ୍ତ ବ୍ୟାଙ୍କିଂ ଆଦାନପ୍ରଦାନ ସମ୍ଭବ ହୋଇ ପାରିଛି।

ସମ୍ବନ୍ଧିତ ଖବର