ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ଆଇପିଏଲ ୨୦୨୫ର ୧୯ତମ ମ୍ୟାଚରେ ଗୁଜରାଟ ଆଗରେ ୧୫୩ ରନର ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ ।

Advertisment

ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ଓ ଟ୍ରାଭିସ ହେଡ୍ ଭଲ ଆରମ୍ଭ କରିଥିଲେ ବି ହେଡ୍ ମାତ୍ର ୮ ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ଅଭିଷେକ ଶର୍ମା ମଧ୍ୟ ୧୮ ରନ କରି ଆଉଟ ହୋଇଯାଇଥିଲେ । ସେହିପରି ଇଶାନ କିଷନ ମଧ୍ୟ ୧୭ ରନ କରି ଆଉଟ ହୋଇଥିଲେ । ତେବେ ନୀତୀଶ ରେଡ୍ଡି ଓ ହେନେରିକ କ୍ଲାସେନଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ରେଡ୍ଡି ୩୧ ରନ ଓ କ୍ଲାସେନ ୨୭ ରନ କରିଥିଲେ । ଅନିକେତ ବର୍ମା ୧୮ ରନ କରିଥିବାବେଳେ ପାଟ୍ କମିନ୍ସ ୨୨ ରନ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ୪ଟି ଓ୍ବିକେଟ ନେଇଥିବାବେଳେ ସାଇ କିଶୋର ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।