କୁମ୍ଭମେଳାରୁ ଓଡ଼ିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି, ସଙ୍ଗରୋଧରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କୁମ୍ଭମେଳାରୁ ଓଡ଼ିଶା ଫେରିଛନ୍ତି ୧୫୬ ଜଣ ବ୍ୟକ୍ତି । କୁମ୍ଭମେଳାରେ ସଂକ୍ରମଣ ବଢିବା ପରେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆସ୍ଥାର ମହାକୁମ୍ଭକୁ ସମୟ ପୂର୍ବରୁ ସମାପନ କରାଯାଇଛି । ଏପରି ସମୟରେ କୁମ୍ଭମେଳାରେ ସାମିଲ ହୋଇ ଓଡ଼ିଶା ଫେରିଛନ୍ତି ୧୫୬ ଜଣ ଶ୍ରଦ୍ଧାଳୁ । ତେଣୁ ସଂକ୍ରମଣ ଆଶଙ୍କାରେ କୁମ୍ଭମେଳାରୁ ଫେରିଥିବା ଶ୍ରଦ୍ଧାଳୁଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୁଳକ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସ୍ୱାସ୍ଥବିଭାଗ ପକ୍ଷରୁ ସମସ୍ତ କଲେକ୍ଟର, ମ୍ୟୁନିସପାଲଟି କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନିଜ ନିଜ ଅଂଚଳର ଶ୍ରଦ୍ଧାଳୁଙ୍କ ଟ୍ରେସିଂ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୁମ୍ଭମେଳାରୁ ରେଳ କିମ୍ବା ବିମାନ ଯୋଗେ ଫେରୁଥିବା ଶ୍ରଦ୍ଧାଳୁଙ୍କୁ ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ କରିବା ବାଧ୍ୟତାମୂଳକ ରହିଛି । ଏଥିସହ ଫେରିବା ପରେ ଯଦି କୌଣସି ଲକ୍ଷଣ ଦେଖାଦେଉଛି ତେବେ ତୁରନ୍ତ ଅଙ୍ଗନବାଡି ଏବଂ ଆଶାକର୍ମୀକୁ ଯୋଗାଯୋଗ କରିବାକୁ କୁହାଯାଇଛି ।

 

ସମ୍ବନ୍ଧିତ ଖବର