ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।
ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ ଆରମ୍ଭରୁ ହିଁ ରୋହିତ ଶର୍ମାଙ୍କ ଓ୍ବିକେଟ ହରାଇ ଚାପରେ ରହିଥିଲା । ରୋହିତ ଖାତା ଖୋଲିପାରିନଥିଲେ । ତାଙ୍କ ପଛକୁ ପଛ ଆସିଥିବା ଅନ୍ୟ ବ୍ୟାଟ୍ସମ୍ୟାନମାନେ ବି ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ଦଳର ରନ ଗତି ଧୀମେଇ ଯାଇଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯ ରନ ଓ ତିଳକ ବର୍ମା ୩୧ ରନ କରିଥିଲେ । ନମନ ଧୀର ୧୭ ରନ ଓ ରିୟାନ ରିକେଲଟନ ୧୩ ରନ କରିଥିଲେ । ଶେଷ ବେଳକୁ ଦୀପକ ଚହର ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୫୫ ରନ କରିଥିଲା ।
ଚେନ୍ନାଇ ପକ୍ଷରୁ ନୁର ଅହମ୍ମଦ ୪ଟି ଓ୍ବିକେଟ ନେଇଥିବାବେଳେ ଖଲିଲ ଅହମ୍ମଦ ୩ଟି ଓ୍ବିକେଟ ନେଇଥିଲେ । ନାଥନ ଏଲିସ ଓ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/23/qUb5jjIcF7c6zRRuhXwe.jpg)