ନୂଆଦିଲ୍ଲୀ : ବିଶ୍ବ ଶାନ୍ତି ପାଇଁ ଭାରତ-ୟୁରୋପୀୟ ସଂଘର ସହଭାଗିତା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରିଛନ୍ତି। ଆଜି ୧୫ତମ ଭାରତ-ୟୁରୋପୀୟ ସଂଘର ଭର୍ଚୁଆଲ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ବିଶ୍ବରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବାରେ ଭାରତ ଓ ୟୁରୋପୀୟ ସଂଘର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ସମ୍ପର୍କ ବୃଦ୍ଧି ନେଇ ସେ ଅନବରତ ପ୍ରୟାସ କରି ଆସୁଛନ୍ତି। ବିଶ୍ବରେ ଦେଖା ଦେଇଥିବା ଆହ୍ବାନଗୁଡ଼ିକୁ ଉଭୟ ମିଳିତ ଭାବେ ମୁକାବିଲା କରିବାକୁ ମୋଦୀ ଆହ୍ବାନ ଦେଇଛନ୍ତି। କୋଭିଡ ମୁକାବିଲା କରିବାରେ ୟୁରୋପୀୟ ସଂଘ ଏବଂ ଭାରତର ସହଭାଗିତା ଗୁରୁତ୍ବପୂର୍ଣ୍ଣ। ଉଭୟ ଗଣତନ୍ତ୍ର, ବିବିଧତା, ସ୍ବଚ୍ଛତା, ବହୁମତବାଦ, ସ୍ବାଧୀନତାର ମୂଲ୍ୟକୁ ଭଲ ଭାବେ ବୁଝନ୍ତି। କୋଭିଡ ଭଳି ବର୍ତ୍ତମାନର ଆହ୍ବାନକୁ ଛାଡ଼ିଦେଲେ ପାଣିପାଗ ପରିବର୍ତ୍ତନ ଏବଂ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ଉଭୟ ୟୁରୋପୀୟ ସଂଘ ଏବଂ ଭାରତ ପାଇଁ ବଡ଼ ଆହ୍ବାନ ବୋଲି ମୋଦୀ କହିଛନ୍ତି। ସୂଚନାଯୋଗ୍ୟ, ଭାରତ-ୟୁରୋପୀୟ ସଂଘର ସମ୍ମିଳନୀ ଗତ ମାର୍ଚ୍ଚରେ ହେବାର ଥିଲା। ମାତ୍ର କୋଭିଡ ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ୟୁରୋପୀୟ ସଂଘର ସଭାପତି ଚାର୍ଲସ ମାଇକେଲ ଏବଂ ୟୁରୋପୀୟ କମିସନର ଅଧ୍ୟକ୍ଷ ୟୁର୍ସୁଲା ଭନ୍ ଡେର୍ ଲେୟନ୍ ୟୁରୋପୀୟ ସଂଘର ନେତୃତ୍ବ ନେଇଥିଲେ।
ବିଶ୍ବ ଶାନ୍ତି ପାଇଁ ଭାରତ-ୟୁରୋପୀୟ ସଂଘର ସହଭାଗିତା ଜରୁରୀ: ମୋଦୀ
/sambad/media/post_attachments/wp-content/uploads/2020/07/download-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)