ଉତ୍ତରାଖଣ୍ଡ: ୨୫୦ ମିଟର ଗଭୀର ଖାତ ଭିତରକୁ ବସ୍‌ ଖସି ୧୬ ମୃତ, ୯ ଗୁରୁତର

ଡେରାଡୁନ୍‌: ଆଜି ସକାଳେ ଉତ୍ତରାଖଣ୍ଡର ତିହ୍‌ରି ଜିଲ୍ଲାରେ ଏକ ବସ୍‌ ଦୁର୍ଘଟଣାରେ ଅନ୍ୟୂନ ୧୬ ଜଣ ଲୋକ ନିହତ ହେବା ସହ ଅନ୍ୟ ୯ ଯାତ୍ରୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି।

ସୂର୍ଯ୍ୟ୍ୟଧାର ନିକଟରେ ୨୫୦ ମିଟର ଗଭୀର ଖାତ ଭିତରକୁ ଉତ୍ତରାଖଣ୍ଡ ଟ୍ରାନ୍‌ସପାର୍ଟ କର୍ପୋରେସନ୍‌ର ବସ୍‌ଟି ଖସି ପଡ଼ିଥିଲା।

ବସ୍‌ରେ ୨୫ ଜଣ ଯାତ୍ରୀ ଉତ୍ତରକାଶୀରୁ ହରିଦ୍ୱାର ଯାଉଥିଲେ। ଋଷିକେଶ ଓ ଗଙ୍ଗୋତ୍ରି ରାଜପଥରେ ଯାଉଥିବା  ବେଳେ ବସଟି ଭାରସାମ୍ୟ ହରାଇ ଖାତ ଭିତରକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପହଞ୍ଚିଛନ୍ତି।

ଆହତଙ୍କୁ ଋଷିକେଶ ଠାରେ ଥିବା ଏମ୍‌ସ୍‌ ହସ୍‌ପିଟାଲ୍‌କୁ ନେବା ପାଇଁ ହେଲିକାପ୍ଟର୍‌ ଯୋଗାଇ ଦେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।

ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଇଁ ରାଜ୍ୟ ସରକାର ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଆହତମାନଙ୍କୁ ମଧ୍ୟ ୫୦ ହଜାର ଟଙ୍କା ଲେଖାଏଁ ଚିକିତ୍ସା ବାବଦ ଖର୍ଚ ମିଳିବ। ଘଟଣାର ଏକ ମାଜିଷ୍ଟେରିଆଲ୍‌ ତଦନ୍ତ ପାଇଁ ଆଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର