ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଦଳାଚକଟା, ୧୬ ଜଣଙ୍କର ମୃତ୍ୟୁ

ଅତନାନାରୀବୋ : ମାଡାଗାସ୍କର ରାଜଧାନୀ ଅତନାନାରୀବୋରେ ବୁଧବାର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅଘଟଣ |ଏଠାରେ ହେଉଥିବା କାର୍ଯ୍ୟକ୍ରମରେ ଦଳାଚକଟାରେ ୧୬ ଜଣଙ୍କର ମୃତ୍ୟୁ ହୋଇଯାଇଛି | ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା | ଯାହାଫଳରେ ବହୁ ସଂଖ୍ୟାରେ ଲୋକ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଆସିଥିଲେ | ଏହି ଘଟଣାରେ ବହୁ ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |

ମୃତକଙ୍କ ମଧ୍ୟରେ ତିନିଜଣ ଶିଶୁ ଥିବାବେଳେ ୮୦ ଜଣ ଆହତ ହୋଇଛନ୍ତି | ତେବେ ଏହି ଘଟଣା କିଭଳି ଘଟିଲା ପୋଲିସ ତାହାର ତଦନ୍ତ କରୁଛି | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ସମାରୋହ ପରେ ସୁରକ୍ଷାବଳ ଷ୍ଟାଡିୟମର ପ୍ରସ୍ଥାନ ଗେଟ ଖୋଲିଥିଲେ | ତେବେ ବହୁ ସଂଖ୍ୟାରେ ଲୋକ ଏହି ବାଟ ଦେଇ ଯାଉଥିବାବେଳେ ହଠାତ ପୁଲିସ ଏହି ଗେଟକୁ ବନ୍ଦ କରିଦେଇଥିଲେ |

photo-the new indian express

ଯାହାଫଳରେ ବାହାରକୁ ଯିବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା | ଏହି ଘଟଣାକୁ ନେଇ ମାଡାଗାସ୍କର ରାଷ୍ଟ୍ରପତି ଗଭୀର ଶୋକପ୍ରକାଶ କରିବା ସହ ଡାକ୍ତରଖାନାକୁ ଯାଇ ଆହତଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ପଚାରିବୁଝିଛନ୍ତି |

ସମ୍ବନ୍ଧିତ ଖବର