ଦିଲ୍ଲୀରେ ପ୍ରବଳ ବର୍ଷା, ୧୬ଟି ଫ୍ଲାଇଟକୁ ଅନ୍ୟତ୍ର ପ୍ରେରଣ କରାଗଲା

ନୂଆଦିଲ୍ଲୀ : ପ୍ରବଳ ବର୍ଷା ଯୋଗୁଁ ଆଜି ରାଜଧାନୀ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ପ୍ରବଳ ଟ୍ରାଫିକ ଜାମ ହେବା ସହ ଲୋକମାନେ ଫସିରହିଛନ୍ତି । ଅନ୍ୟପକ୍ଷରେ ଏୟାର ଟ୍ରାଫିକ କଂଜେସନ ହେବାରୁ ପ୍ରାୟ ୧୬ଟି ଫ୍ଲାଇଟର ଗତିପଥକୁ ବଦଳାଯାଇଛି ବା ଅନ୍ୟଆଡକୁ ପ୍ରେରଣ କରାଯାଇଛି ।

ବର୍ଷା ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଥିଲେ ମଧ୍ୟ ଲୋକମାନଙ୍କୁ ଦିଲ୍ଲୀର ପ୍ରବଳ ପ୍ରଦୂଷଣରୁ ସାମୟିକ ଭାବେ ମୁକ୍ତି ମିଳିଛି । ଅନ୍ୟପକ୍ଷରେ ଦିଲ୍ଲୀର ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ଆଜି ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ଆସନ୍ତା କାଲି ଅର୍ଥାତ ମଙ୍ଗଳବାରଦିନ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସମ୍ବନ୍ଧିତ ଖବର