ରବର୍ଟ ଭଦ୍ରାଙ୍କ ୬ଟି ସ୍ଥାନରେ ଇଡି ଚଢ଼ାଉ: ରାତି ଅନିଦ୍ରା ହୋଇ ୧୬ ଘଣ୍ଟା ଧରି କାଗଜପତ୍ର ଖୋଜିଲା

ନୂଅାଦିଲ୍ଲୀ: ଗାନ୍ଧି ପରିବାର ରବର୍ଟ ଭଦ୍ରାଙ୍କ ସହଯୋଗୀଙ୍କ ବାସଭବନରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢଉ । ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ଭଦ୍ରାଙ୍କ ତିନି ଘନିଷ୍ଠ ସହଯୋଗୀଙ୍କ କାର୍ଯ୍ୟାଳୟରେ ଇଡି ଚଢାଉ କରିଛି । ଗତକାଲି ଦିଲ୍ଲୀ ଏନସିଆର ଓ ବେଙ୍ଗାଲୁରର ୬ଟି ସ୍ଥାନରେ ଏକକାଳୀନ ଇଡି ଅଧିକାରୀ ଚଢାଉ କରିଛନ୍ତି। ସ୍କାଏଲାଇଟ ହସ୍ପିଟାଲିଟିର ସୁଖଦେବ ବିହାରସ୍ଥିତ କାର୍ଯ୍ୟାଳୟରେ ଚଢାଉ ହୋଇଛି । ୟୁପିଏ ଶାସନ ସମୟରେ ପ୍ରତିରକ୍ଷା ଡିଲକୁ ନେଇ ହୋଇଥିବା କମିସନି କରିବାର ଲିଙ୍କ୍ ସନ୍ଦେହରେ ଚଢାଉ କରିଛି ଇଡି । କାର୍ଯ୍ୟାଳୟରୁ କିଛି ଦସ୍ତାବିଜ ଇଡି ଜବତ କରିଥିବା ବେଳେ ଚଢାଉ ନେଇ କୌଣସି ସୂଚନା ଦେଇନାହିଁ । ପୂର୍ବରୁ ଲାଣ୍ଡ ସ୍କାମ ମାମଲାରେ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। ଏନେଇ ଇଡି ଭଦ୍ରାଙ୍କୁ ତୃତୀୟ ଥର ପାଇଁ ସମନ ମଧ୍ୟ ଜାରି କରି ସାରିଛି ।

ତେବେ ଏହାକୁ ନେଇ କଂଗ୍ରେସ ରାଜନୈତିକ ଅଭିସନ୍ଧି ଥିବା ଅଭିଯୋଗ ଆଣିଛି କଂଗ୍ରେସ । ଭଦ୍ରାଙ୍କ କଂପାନୀ ଓ ସହଯୋଗୀଙ୍କ କାର୍ଯ୍ୟାଳୟରେ ଚଢାଉ କରି ମିଥ୍ୟା ଦସ୍ତାବିଜକୁ ପ୍ରମାଣିତ କରିବାରୁ ମୋଦି ସରକାର ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପଟେ ବିଜେପି କହିଛି ଏହା ଭଦ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁହେଁ । ତେବେ ଇଡିର ଏହି ରେଟ୍ ୧୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ତେବେ କିଭଳି ଚାଲିଥିଲା ଏହି ୧୬ ଘଣ୍ଟାର ରେଟ୍ ଆସନ୍ତୁ ଜାଣିବା ।

ସ୍କାଏଲାଇଟ ହସ୍ପିଟାଲିଟି କମ୍ପାନୀର ଓକିଲ ତବରେଜ ଆରୋପ ହେଲା ଇଡି ସୁଖଦେବ ବିହାରସ୍ଥିତ  ଅଫିସରେ କବାଟ ଭାଙ୍ଗି ଭି୍ତରକୁ ପଶିଥିଲେ ଏବଂ କର୍ମଚାରୀଙ୍କୁ ୧୩ରୁ ୧୪ ଘଣ୍ଟା ଧରି ବନ୍ଦ କରି ରଖିଥିଲେ । ତାଙ୍କ କହିବାନୁସାରେ ଇଡି ଗେଟରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଥିଲା । ଇଡି କର୍ମଚାରୀ ଅଫିସକୁ ପୁରା ତନ୍ନତନ୍ନ କରି ଖୋଜିଥିଲେ ଏବଂ ସବୁ ତାଲାକୁ ବି ଭାଙ୍ଗି ଥିଲେ । ତବରେଜଙ୍କ  ଆରୋପ ଅନୁସାରେ ଇଡି ଟିମ୍ ଯେତେବେଳେ ଅଫିସକୁ ଆସିଲେ ସେତେବେଳେ ନିଜ ପରିଚୟ ବି ଦେଇ ନ ଥିଲେ ।

ଇଡି ସୂତ୍ରାନୁସାରେ, ଏହି ଚଢ଼ଉକୁ ଭଦ୍ରାଙ୍କ ଓକିଲ ସୁମନ୍ ଜ୍ୟୋତି ଖୈତାନ୍ ରାଜନୈତିକ ପ୍ରତିଶୋଧପରାୟଣତା ବୋଲି କହିଛନ୍ତି  । ଖୈତାନଙ୍କ କହିବାନୁସାରେ, ପାଞ୍ଚ ବର୍ଷରୁ ସରକାର ଭଦ୍ରାଙ୍କୁ ଡରାଇବା ଏବଂ ତାଙ୍କ ଛବିକୁ ସମାଜ ଆଗରେ ଖରାପ କରିବାକୁ ଯଥାସମ୍ଭବ ଚେଷ୍ଟା କରିଛନ୍ତି । ସରକାର ଭଦ୍ରା ଏବଂ ତାଙ୍କ ପରିବାର,ପରିଜନକୁ କ୍ଷତି ପହଞ୍ଚାଇବା ପାଇଁ ଇଡି, ସିବିଆଇ, ଆୟକର ବିଭାଗ ସମେତ ସବୁ ଏଜେନ୍ସିଙ୍କ ବ୍ୟବହାର କରୁଛନ୍ତି ।

ସମ୍ବନ୍ଧିତ ଖବର