ଏବେ ୧୬ଟି ଘରୋଇ ଲ୍ୟାବରେ କରୋନାଭାଇରସ୍ ପରୀକ୍ଷା କରିହେବ

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା ନିମନ୍ତେ ସୋମବାର ଦିନ “ଇଣ୍ଡିଆନ୍ କାଉନସିଲ ଫର୍ ମେଡିକାଲ୍ ରିସର୍ଚ’ (ଆଇସିଏମଆର୍) ଡକ୍ଟର୍ ଲାଲ୍ ପାଥଲ୍ୟାବସ୍, ଡକ୍ଟର୍ ଡାଙ୍ଗ୍ସ ଲ୍ୟାବ୍ ଏବଂ ଇନ୍ଦ୍ରପ୍ରସ୍ଥ ଆପୋଲୋ ଦିଲ୍ଲୀ ସମେତ ଆଉ ୧୦ଟି ଘରୋଇ ଲାବ୍ରୋଟରିକୁ ଅନୁମୋଦନ କରିଛି । ଏହାକୁ ମିଶାଇ କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା ନିମନ୍ତେ ଘରୋଇ ଲାବ୍ରୋଟରି ସଂଖ୍ୟା ୧୬କୁ ବୃଦ୍ଧି ପାଇଲା ।

Image Source: Hindustan Times

ରାଜଧାନୀ ଦିଲ୍ଲୀର ଏହି ତିନିଟି ଲ୍ୟାବ୍ ସହ ତାମିଲନାଡୁର ସିଏମ୍ସି, ଭେଲୋରର ଡିପାର୍ଟମେଣ୍ଟ୍ ଅଫ୍ କ୍ଲିନିକାଲ୍ ଭାଇରୋଲୋଜି ଏବଂ ଆପୋଲୋ ହପ୍ପିଟାଲ୍ସ୍ର ଡିପାର୍ଟମେଣ୍ଟ୍ ଅଫ୍ ଲାବ୍ରୋଟରି ସର୍ଭିସେସ୍, ଚେନ୍ନାଇ-ମୁମ୍ବାଇର ଏସଆରଏଲ ଲିମିଟେଡ୍, ହରିୟାଣାର ଷ୍ଟ୍ରାଣ୍ଡ୍ ଲାଇଫ୍ ସାଇନସେସ୍ ଏବଂ ଏସଆରଏଲ ଲିମିଟେଡ୍, ଗୁଜରାଟର ସୁପରଟେକ୍ ମାଇକ୍ରୋପାଥ ଲାବ୍ରୋଟରି ଆଣ୍ଡ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍, ତେଲେଙ୍ଗାନାର ଆପୋଲୋ ହାଇଦ୍ରାବାଦଙ୍କୁ ମଧ୍ୟ କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା ନିମନ୍ତେ ଅନୁମୋଦନ କରାଯାଇଛି । ରବିବାର ଦିନ ଅନ୍ୟ ୬ଟି ଘରୋଇ ଲାବ୍ରୋଟରିକୁ ଏହି ପରୀକ୍ଷା ନିମନ୍ତେ “ଆଇସିଏମ୍ଆର୍’ ଅନୁମତି ଦେଇଥିଲା ।

Image Source: India Today

ପର୍ଯ୍ୟଟନ କରିଥିବା, କରୋନାଭାଇରସ ସଂକ୍ରମଣ ଲକ୍ଷଣ ଦେଖାଦେଇଥିବା ଅବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ହିଁ ସେମାନଙ୍କର ସ୍ୱାବ୍ ନମୁନା ପରୀକ୍ଷା କରାଇପାରିବେ ବୋଲି “ଆଇସିଏମ୍ଆର୍’ କହିଛି । କିନ୍ତୁ, ଦକ୍ଷିଣ କୋରିଆ ଭଳି କରୋନାଭାଇରସ୍ ସଂକ୍ରମଣ ପରୀକ୍ଷା ଅଭିଯାନ ଭାରତରେ ଚାଲୁ ବୋଲି କେତେକ ବିଶେଷଜ୍ଞ ମତ ପୋଷଣ କରିଛନ୍ତି । ସେଠାରେ ଅଳ୍ପ କେତେ ମିନିଟ୍ ମଧ୍ୟରେ ନମୁନା ସଂଗ୍ରହ କରାଯାଇ ତହିଁ ଆର ଦିନ ଲୋକମାନଙ୍କୁ ପରୀକ୍ଷା ରେଜଲ୍ଟ ଦିଆଯାଉଛି ।

ସମ୍ବନ୍ଧିତ ଖବର