କରୋନା ଆକ୍ରାନ୍ତ ହେଲେ ମହାରାଷ୍ଟ୍ର ଗଭର୍ଣ୍ଣର ହାଉସର ୧୬ଜଣ କର୍ମଚାରୀ, ଆଇସୋଲେସନରେ ରାଜ୍ୟପାଳ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ବାସଭବନରେ କାର୍ଯ୍ୟ କରୁଥିବା ୧୬ଜଣ କର୍ମଚାରୀ କୋଭିଡ -୧୯ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଏବେ ସେମାନଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି | ବର୍ତ୍ତମାନ ୧୬ଜଣଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ସଙ୍ଗ ରୋଧରେ ରହିବା ପାଇଁ କୁହା ଯାଇଥିବା ବେଳେ ଆବଶ୍ୟକ ପଡିଲେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ଜଣା ପଡିଛି | ବିଏମସି କହିଛି ଯେ, ପୂର୍ବରୁ ୨ଜଣ କୋଭିଡ -୧୯ ପାଇଁ ପଜିଟିଭ ପରୀକ୍ଷା କରିଥିଲେ, ଯାହା ପରେ ୧୦୦ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା | ଏବେ ୧୦୦ଜଣଙ୍କ ମଧ୍ୟରୁ ୧୪ଜଣଙ୍କ ସ୍ୱାବ ନମୁନା ପଜିଟିଭ ଆସିଛି |

COVID-19 HIGHLIGHTS | 7 foreigners test positive in Telangana ...
New Indian Express

ସୂଚନା ମୁତାବକ, ଶନିବାର ସୁଦ୍ଧା ମହାରାଷ୍ଟ୍ରରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୪୬,୬୦୦ ଥିଲା। ଏହା ସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୦,୧୧୬ ଥିବାବେଳେ ମୋଟ ସୁସ୍ଥ ସଂଖ୍ୟା ୧୩,୬୯୮୫ ରହିଛି। ସେହି ଭଳି ଦେଶରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ଟପିଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ଲକ୍ଷ ଟପିଥିଲା |

ସମ୍ବନ୍ଧିତ ଖବର