ନୂଆଦିଲ୍ଲୀ: ବାଲାକୋଟ୍ ବିମାନ ଆକ୍ରମଣ ପରେ ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ କିଛି ମାସ ବନ୍ଦ ରଖିଥିଲା। ଏବେ ପାକିସ୍ତାନ ପୁଣି ଭାରତ ବିରୋଧୀ ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି। ଏହାକୁ ରୂପରେଖ ଦେବା ପାଇଁ ପାକ୍ ଅଧିକୃତ କଶ୍ମୀରରେ ୧୬ଟି ଆତଙ୍କବାଦୀ ଶିବିରକୁ ସକ୍ରିୟ କରାଯାଇଛି।
ଗୁଇନ୍ଦା ସୂଚନା ଅନୁଯାୟୀ, ପାକିସ୍ତାନ ଅଧିକୃତ କଶ୍ମୀରରେ ଉକ୍ତ ଆତଙ୍କବାଦୀ ଶିବିରଗୁଡ଼ିକୁ ପୁଣି ଥରେ ସକ୍ରିୟ କରାଯିବା ସହିତ ନୂଆ ଶିବିର ଗଢି ଭାରତ ବିରୋଧରେ ନିୟୋଜିତ କରିବା ପାଇଁ ଯୋଜନା କରୁଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ଗ୍ରୀଷ୍ମ ଋତୁରେ ଭାରତରେ ଅନୁପ୍ରବେଶ କରାଇବାକୁ ପ୍ରସ୍ତୁତ ରଖାଯାଇଛି। ସୂତ୍ର ଅନୁଯାୟୀ, ଉକ୍ତ ଶିବିରଗୁଡିକରୁ ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଂଚଳରେ ପହଞ୍ଚିସାରିଲେଣି। ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନାର ସୂଚନା ପାଇବା ପରେ ସୀମାରେ ସେନା ଶିବିରଗୁଡିକୁ ସଜାଗ କରିଦିଆଯାଇଛି। ପାକିସ୍ତାନର ଯୋଜନା ପଣ୍ଡ କରିବାକୁ ସେନା ସର୍ବାଧିକ ସତର୍କତା ଅବଲମ୍ବନ କରୁଛି।
ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀ ଦମନ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ଭାରତୀୟ ସେନା ଜୈସ୍-ଇ-ମହମଦର ୩୦ ଜଣ ନେତାଙ୍କ ସମେତ ଅନେକ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ,୨୦୧୯ରେ ଅନ୍ୟୁନ ୯୦ ଆତଙ୍କବାଦୀ ସେନା ଏବଂ ସୁରକ୍ଷାବଳର ଅଭିଯାନ ବେଳେ ନିହତ ହୋଇଛନ୍ତି। ଜୈସ୍ର ଅଧିକାଂଶ ନେତା ଏବଂ କେଡ଼ର ନିହତ ହୋଇଥିବା ଯୋଗୁଁ ଆତଙ୍କବାଦୀମାନେ ପୁଣି ଶକ୍ତି ଜୁଟାଇ ଭାରତ ବିରୋଧୀ କାର୍ଯ୍ୟକଳାପ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଏଥିରେ ପାକିସ୍ତାନର ସକ୍ରିୟ ଭୂମିକା ରହିଥିବା କୁହାଯାଉଛି।
୧୬ ଆତଙ୍କବାଦୀ ଶିବିରକୁ ସକ୍ରିୟ କଲା ପାକିସ୍ତାନ
/sambad/media/post_attachments/wp-content/uploads/2019/05/terror-camps.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)