ହିମାଚଳ ପ୍ରଦେଶରୁ ୧୦ ଜଣ ବିଦେଶୀ ପର୍ବତ ଆରୋହୀଙ୍କ ସମେତ ୧୬ ନିଖୋଜ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ୧୬ ଜଣ ପର୍ବତ ଆରୋହୀ ନିଖୋଜ .ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୧୦ ଜଣେ ବିଦେଶୀ ମଧ୍ୟ ରହିଥିବା ଜାଣିବାକୁ ମିଳିିଛି। ଏହି ଆରୋହୀମାନେ ହିମାଚଳ ପ୍ରଦେଶର ସାମ୍ବା ଜିଲ୍ଲାରେ ନିଖୋଜ ହୋଇଥିବା ସୂଚନା ମିଳିଛି। ୧୦ ଜଣ ବିଦେଶୀ କେଉଁ କେଉଁ ଦେଶର ତାହା ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ।

ସାମ୍ବା ଜିଲ୍ଲାର ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ମୋନିକା ଭୁଟୁନଗୁରୁ କହନ୍ତି, ‘ପର୍ବତ ଆରୋହଣରେ ଯାଇଥିବା ଏହି ଦଳ ଶନିବାର ଫେରିବାର ଥିଲା। ମାତ୍ର ସେମାନେ ଏଯାବତ୍‌ ଫେରି ନାହାନ୍ତି।’

ସେମାନଙ୍କ ସହିତ ସବୁ ପ୍ରକାରର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଦ୍ଧାରକାରୀ ଦଳ, ପୁଲିସ୍‌, କୁଲି, ପର୍ବତାରୋହଣ ବିଶେଷଜ୍ଞମାନଙ୍କୁ ସେହି ଦଳ ଯାଇଥିବା ପର୍ବତ ଶିଖରକୁ ପଠାଯାଇଛି।

ଏହି ଦଳ ସେପ୍ଟେମ୍ବର ୧୭ ତାରିଖରେ ଆସି ସାମ୍ବା ଜିଲ୍ଲାର ପାଙ୍ଗିସ୍ଥିତ ହିଲତ୍‌ଓ୍ଵାନ ଅଞ୍ଚଳରେ ପହଞ୍ଚିଥିଲେ। ସେଠାରେ ୨ ଦିନ ରହି ସେମାନେ ଭୂଜପତ୍ର ପର୍ବତ ଚଢ଼ିବା ଆରମ୍ଭ କରିଥିଲେ। ସେମାନେ ପର୍ବତ ଚଢ଼ିବା ଆରମ୍ଭ କରିବା ପରେ କୁଲିମାନେ ଶିବିରକୁ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର