ଝାଡଖଣ୍ଡ ଷ୍ଟିଲପ୍ଲାଣ୍ଟରେ ସେଲଫି ନେବା ସମୟରେ ପୋଖରୀରେ ପଡ଼ି ନାବାଳିକା ନିଖୋଜ

ଝାଡଖଣ୍ଡ: ସେଲଫି ନେଉଥିବା ସମୟରେ କେତେକଙ୍କ ଜୀବନ ଯିବାର ଘଟଣାମାନ ସାମ୍ନାକୁ ଆସିଛି। ନିକଟରେ ଝାଡଖଣ୍ଡସ୍ଥିତ ବୋକାରୋ ଷ୍ଟିଲ ପ୍ଲାଣ୍ଟରେ ସେଲଫି ନେଉଥିବା ସମୟରେ ଜଣେ ୧୬ବର୍ଷର ବାଳିକା ପୋଖରୀରେ ପଡ଼ିଯାଇଛି । ଏହି ନାବାଳିକାଙ୍କ ନାମ ସୁଲେଖା କୁମାରି ଏବଂ ତାଙ୍କ ଘର ବାଦା ଖଟାଲ କଶ୍ମୀରି କଲୋନୀରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ,  ସୁଲେଖା ତାଙ୍କ ପରିବାରବର୍ଗଙ୍କ ସହିତ ବୋକାରୋ ଷ୍ଟିଲପ୍ଲାଣ୍ଟକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ସେ ଅତି ଖୁସିରେ ସେଲଫି ନେଇଥିଲେ। ଅନ୍ୟମନସ୍କତା ହେତୁ ପାଖରେ ଥିବା ପୋଖରୀରରେ ସୁଲେଖା ପଡ଼ି ଯାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସୁଲେଖାଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସୁଲେଖାଙ୍କ ମୃତଦେହ ମିଳି ପାରି ନଥିଲା।

ସମ୍ବନ୍ଧିତ ଖବର